୧୮ ହଜାର ଟଙ୍କାରେ ବିକ୍ରି ହେଉଛି ଫେକ୍‌ କରୋନା ଭାଇରସ ଭାକ୍‌ସିନ

ବେଙ୍ଗାଲୁରୁ,୧୫।୧୨: କରୋନା ପାଣ୍ଡେମିକ୍‌ ପରିସ୍ଥିତିକୁ ପରାସ୍ତ କରିବାର ଏକମାତ୍ର ଉପାୟ ହେଉଛି ଭାକ୍‌ସିନ। ବିକ୍ରି ପାଇଁ କରୋନା ଟିକା ଉପଲବ୍ଧ ଥିବା ଡାର୍କନେଟରେ ଶହ ଶହ ଡୋମେନ ଦାବି କରୁଛନ୍ତି। କେତେକ କ୍ଷେତ୍ରରେ ଟିକାର ମୂଲ୍ୟ ୨୫୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୧୮ ହଜାରରୁ ଅଧିକ ଟଙ୍କା) ରଖାଯାଇଛି।

ଇଣ୍ଟରନେଟରେ କିଛି ଡୋମେନ ବିକ୍ରି ପାଇଁ କରୋନା ଟିକା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥିବା ଦାବି କରୁଛନ୍ତି। ଚେକ୍‌ ପଏଣ୍ଟ ରିସର୍ଚ୍ଚ ନାମକ ଏକ ଗ୍ଲୋବାଲ ସାଇବର ସିକ୍ୟୁରିଟି ଫାର୍ମ ତା’ର ରିପୋର୍ଟରେ ଏହା ପ୍ରକାଶ କରିଛି। କରୋନା ଭାକ୍‌ସିନ ବିକ୍ରି ଲାଗି ବ୍ୟବହାର କରାଯାଉଥିବା କିଛି ବିଜ୍ଞାପନ ସମ୍ପର୍କରେ ମଧ୍ୟ ଚେକ୍‌ ପଏଣ୍ଟ ରିସର୍ଚ୍ଚ ପ୍ରକାଶ କରିଛି। ଏକ ବିଜ୍ଞାପନରେ ଦେଖିବାକୁ ମିଳୁଛି, ୨୫୦ ଡଲାରରେ କରୋନା ଭାକ୍‌ସିନ ଉପଲବ୍ଧ। ଆଉ ଏକ ଆଡ୍‌ଭର୍ଟାଇଜମେଣ୍ଟରେ ଉଲ୍ଲେଖ ରହିଛି, ଶୀଘ୍ର କିଣନ୍ତୁ, ଆସିଲା କରୋନା ଭାଇରସ ଭାକ୍‌ସିନ।

Share