ସାବଧାନ ଦଶହରା ବଜାରରେ ଘୁରିବୁଲୁଛି ନକଲି ନୋଟ: ଟାର୍ଗେଟରେ…

କଟକ,୮।୧୦: ନକଲିର ଗନ୍ତାଘର କଟକ ସହର। ଏହା ମଧ୍ୟରେ ସାମ୍ନାକୁ ଆସିଛି ନକଲି ନୋଟ କାରବାର ଖବର। ପାର୍ବଣକୁ ଟାର୍ଗେଟ କରିଛନ୍ତି, ନୋଟ ମାଫିଆ। ଦଶହରା ମାର୍କେଟରେ କୋଟି କୋଟି ଟଙ୍କା ଛାଡିବାକୁ ସେମାନେ ଯୋଜନା ଚଳାଇଛନ୍ତି। ଟାର୍ଗେଟରେ ଦଶହରାକୁ ଆସିଥିବା ଛୋଟ ଛୋଟ ଉଠା ଦୋକାନୀ। ଜଗତପୁର ଅଞ୍ଚଳ ଏକ ହୋଟେଲ ନିକଟରୁ ନକଲି ନୋଟ ଠାବ ହୋଇଛି ।
ବିଲ୍‌ଡର ବେଶରେ ଆସି ଲୋକଙ୍କୁ ନକଲି ନୋଟ କାରବାର ପାଇଁ ନୋଟ ଦଲାଲ ପ୍ରୋଲଭନ ଦେଖାଉଥିଲେ । ଖବରପାଇ ପୋଲିସ ପହଞ୍ଚି ସେମାନଙ୍କୁ ଘଟଣାସ୍ଥଳରେରୁ ଉଠାଇ ନେଇଛି। ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ଜଗତପୁର ପୋଲିସ ପଚରାଉଚରା କରୁଛି।
ସୂଚନାଯୋଗ୍ୟ, ନିଜକୁ ଏକ ବିଲ୍‌ଡର କହି ଜଗତପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କଠାରୁ ଜମି କିଣାଇଦେବା ବାବଦକୁ ୧ଲକ୍ଷ ୬୦ହଜାର ଟଙ୍କା ନେଇଥିଲା ଦଲାଲ । ଜମି ନ କରାଇପାରିବାରୁ ବାରମ୍ବାର ଉକ୍ତ ବ୍ୟକ୍ତି ଜଣଙ୍କ ଟଙ୍କା ମାଗିଥିଲେ । ହେଲେ ଟଙ୍କା ଫେରାଇବା ବଦଳରେ ନ କଲି ନୋଟ ବ୍ୟବସାୟ କରିବାକୁ ଲୋକଙ୍କୁ ଉସୁକାଉଥିଲା। ଏହାକୁ ନେଇ ତୁରନ୍ତ ପୋଲିସକୁ ଜଣାଇବାରୁ ଠକ ବିଲଡରଙ୍କୁ ଅଟକ ରଖି ଜେରା ଚାଲିଛି।