ନକଲି ଡାକ୍ତର ଗିରଫ

ଗଞ୍ଜାମ,୧୨।୯: ଗଞ୍ଜାମର ଏକ ମେଡିକାଲ ଷ୍ଟୋରକୁ ସିଲ୍‌ କରିବା ସହ ନକଲି ଡାକ୍ତର ଗିରଫ ହୋଇଛନ୍ତି । କୁମୁଦାପଦାର ବାହାଦୁର ନାୟକ ନାମକ ଜଣେ ବ୍ୟକ୍ତି ସୁରଟର ସୂତାକଳରେ ଶ୍ରମିକ ଭାବେ କାମ କରୁଥିଲେ। ଗତବର୍ଷ ଲକଡାଉନ ହେବାରୁ ସେ ଗାଁକୁ ଫେରିଥିଲେ। ତା’ ପରେ ସେ ଲୋକମାନଙ୍କୁ ଔଷଧ ବିତରଣ କରିବା ଆରମ୍ଭ କରିଥିଲେ। ତାହା ପୁଣି ଉପଯୁକ୍ତ ତାଲିମ ଓ ମେଡିକାଲ ସାର୍ଟିଫିକେଟ୍‌ ବିନା। ଆଖପାଖ ଅଞ୍ଚଳରେ କୌଣସି ଡାକ୍ତରଖାନା ନଥିବାରୁ ଲୋକମାନେ ଚିକିତ୍ସା ପାଇଁ ବାହାଦୁରଙ୍କ ପାଖକୁ ଆସୁଥିଲେ।

Share