ନକଲି ଡାକ୍ତର ଗିରଫ: ବିପୁଳ ପରିମାଣର ଔଷଧ ଜବତ

କୋରୁକୋଣ୍ଡା, ୧୯ା୩(ଶିବଦତ୍ତ ସାହୁ ): ମାଲକାନଗିରି ଜିଲା ଓର୍କେଲ ପୋଲିସ ବିନା ଲାଇସେନ୍ସରେ ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଏବଂ ଔଷଧ ବିକ୍ରୀ ଘଟଣାରେ ଜଣେ ନକଲି ଡାକ୍ତରଙ୍କୁ ବୁଧବାର ଗିରଫ କରିଛି। ସେ ରଖିଥିବା ପ୍ରାୟ ୧୦୦ ପ୍ରକାର ଔଷଧ ଜବତ କରିଛି । ଗିରଫ ଜଣକ ହେଉଛନ୍ତି କୋରୁକୋଣ୍ଡା ବ୍ଲକ ପୁରୁଣା ଚି଼ମଟାପାଲ୍ଲୀ ପଞ୍ଚାୟତ ଏମ୍‌ଭି-୧୨୦ ଗ୍ରାମରେ ରହୁଥିବା ବିଦ୍ୟାଧର ହାଲଦାର। ଏ ନେଇ ଥାନାରେ ନଂ.୯୬/୨୫ ରେ ଏକ ମାମଲା ରୁଜୁ କରି ନକଲି ଡାକ୍ତର ବିଦ୍ୟାଧରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଚିତ୍ରକୋଣ୍ଡା ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଦୋଷ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍‌ଆଇ ମିନାକ୍ଷୀ ଦାସଙ୍କ ନେତୃତ୍ୱରେ ଏକ ଟିମ୍‌ ଉକ୍ତ ଅଞ୍ଚଳରେ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଜଣେ ନକଲି ଡାକ୍ତର ରୋଗୀସେବା କରିବା ସହ ବେଆଇନ ଭାବେ ଔଷଧ ବିକ୍ରୀ ସମ୍ପର୍କରେ ବିଶେଷ ସୂତ୍ରରୁ ସୂଚନା ପାଇ ଘଟଣାସ୍ଥଳରେ ପହଁଞ୍ଚି ତାଙ୍କ କ୍ଲିନିକ୍‌ରେ ଚଢାଉ କରିଥିଲେ।
ସୂଚନାଯୋଗ୍ୟ, ବିଦ୍ୟାଧର ଗତ ୫ ବର୍ଷ ପୂର୍ବେ ମାଲକାନଗିରି ସହରରେ ଥିବା ଶ୍ୟାମ ସୁନ୍ଦର ମେଡ଼ିସିନ ଦୋକାନରେ ରହି କାମ କରୁଥିଲେ । ସେ ସେଠାରୁ କାମ ଛାଡିବା ପରଠାରୁ ଉପରୋକ୍ତ ଅଞ୍ଚଳରେ ବେଆଇନ ଭାବେ ଡାକ୍ତରୀ କାର୍ଯ୍ୟ କରି ରୋଗୀଙ୍କୁ ଔଷଧ ଦେଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ହୁକା ବାର୍ ଉପରେ ଚଢାଉ; ତମାଖୁ, ଧୂମପାନ ସାମଗ୍ରୀ ଜବତ

ବ୍ରହ୍ମପୁର,୨୧ା୩: ସହରରେ ଚାଲିଥିବା ବେଆଇନ ହୁକା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ...

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୦ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ...

କଟକରେ ଚାଞ୍ଚଲ୍ୟ: ପୋଲିସ ପୋଷାକ ପିନ୍ଧି ମହାନଦୀକୁ ଡେଇଁ ପଡ଼ିଲେ…

କଟକ,୨୧।୩: କଟକ ମୁଣ୍ଡଳୀ ମହାନଦୀ ବ୍ରିଜ ଉପରେ ଶୁକ୍ରବାର ଜଣେ ଯୁବକଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ବ୍ୟାରେଜ ଗେଟ ଉପରେ ଚଢି ଯୁବକ ଜଣକ କିଛି...

ପାଇପ୍‌ ବିଛାଇ ଠିକାଦାର ଫେରାର, ଜଳକଷ୍ଟ ଭୋଗୁଛନ୍ତି ସାମନ୍ତରାପୁରବାସୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧିନସ୍ଥ ଭିକାରୀପଲୀ ପଞ୍ଚାୟତର ସାମନ୍ତରାପୁରରେ ପାନୀୟ ଜଳ ମୁଖ୍ୟ ସମସ୍ୟା। ବିଶେଷକରି ଗ୍ରୀଷ୍ମ ରୁତୁରେ ଏହି ସମସ୍ୟା...

ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ବିମାନବନ୍ଦରରେ କ୍ରାଇମବ୍ରାଞ୍ଚର ଖୋଳତାଡ଼ ଆରମ୍ଭ

ଝାରସୁଗୁଡ଼ା,୨୧।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶୁକ୍ରବାର ଚତୁର୍ଥ ଦିନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚି ଖୋଳତାଡ଼ ଆରମ୍ଭ...

ପୁସ୍ତକରେ ପ୍ରତିଫଳିତ ହେଲା ବିଭୁ ଚେତନା

ପାଟଣା,୨୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ମୁଖ୍ୟାଳୟରେ ଗୁରୁବାର ରାତିରେ ବର୍ଷୀୟାନ କବୟିତ୍ରୀ ନକ୍ଷେତ୍ରମାଳା ମିଶ୍ରଙ୍କ ‘ସମର୍ପଣ’ କବିତା ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ...

୨୬ଘଣ୍ଟା ପରେ ଅନଶନ ଭାଙ୍ଗିଲେ ସମବାୟ ସମିତି ବୋର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୨୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବୃହଦାଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟମାନେ ବିଭିନ୍ନ ଦାବି ନେଇ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗୁରୁବାର...

ଯୋଗାଣ ନିରୀକ୍ଷକ ଲାଞ୍ଚ ନେବା ଭିଡ଼ିଓ ଭାଇରାଲ୍‌ ଘଟଣା: ଉପଜିଲାପାଳଙ୍କୁ ତଦନ୍ତ ତିପୋର୍ଟ ପ୍ରଦାନ

ଛତ୍ରପୁର, ୨୧।୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲା ପାତ୍ରପୁର ବ୍ଲକର ଯୋଗାଣ ନିରୀକ୍ଷକଙ୍କ ଲାଞ୍ଚ ନେବା ଏକ ଭିଡ଼ିଓ ରେକର୍ଡିଙ୍ଗ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image