ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର

ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍‌ଜିଏଚ୍‌)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର ଧରାପଡ଼ିଥିଲେ।

ଋଣ ପ୍ରଦାନକାରୀ କମ୍ପାନୀର ମ୍ୟାନେଜର ରଜତ ବେହେରା ଉକ୍ତ ଡାକ୍ତରଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ସନ୍ଦେହ ଦର୍ଶାଇ ବୁଧବାର ରଘୁନାଥପାଲି ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (୩୩୩/୨୪) ରୁଜୁ କରି ପଦ୍ମନାଭଙ୍କୁ ପଚରାଉଚରା ପରେ ଗିରଫ କରିଥିଲା।

ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଗଣେଶ ପ୍ରସାଦ ଦାସ କହିଛନ୍ତି, ୭ ମାସ ପୂର୍ବେ ଠିକାସଂସ୍ଥା ରାହି କେୟାର ପ୍ରାଇଭେଟ୍‌ ଲିମିଟେଡ୍‌ ଜରିଆରେ ପଦ୍ମନାଭ ଡାଏଲିସିସ୍‌ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିଲେ। ହେଲେ ସେ ଝାଡଖଣ୍ଡର ଜଣେ ଡାକ୍ତର ରମେଶ ଚନ୍ଦ୍ର ଝାଙ୍କ ନାମରେ ଉକ୍ତ କାମ କରୁଥିଲେ। ତାଙ୍କର କାଗଜପତ୍ରର ଯାଞ୍ଚ ରାହି ପକ୍ଷରୁ କରାଯାଇଥିଲା। ତେବେ ଏଥିରେ ଅନିୟମିତତା ହୋଇଥିବା ଯୋଗୁ ରାହିକୁ ମଧ୍ୟ ଏକ କାରଣ ଦର୍ଶାଅ ନୋଟିସ୍‌ ସହ ବିଲ୍‌ରୁ ୪୦ ପ୍ରତିଶତ କାଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଏହିପରି ମାମଲାର ପୁନରାବୃତ୍ତି ନ ହେବା ପାଇଁ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସୂଚିତ କରାଯାଇଛି। ଏ ସମ୍ପର୍କରେ ଆରଜିଏଚ୍‌ ପକ୍ଷରୁ ଥାନାରେ ଏତଲା ପ୍ରଦାନ କରାଯିବ ବୋଲି ଡ. ଦାଶ ସୂଚନା ପ୍ରଦାନ କରିଛନ୍ତି। ଅନୁରୂପଭାବେ ଠିକାସଂସ୍ଥାର ଏରିଆ ମ୍ୟାନେଜର ମୟୂର ଅଗ୍ରୱାଲ ଏହି ମାମଲା ଲୋକଲୋଚନକୁ ଆସିବା ପରେ ନକଲି ଡାକ୍ତରଙ୍କୁ ନିଲମ୍ବିତ କରାଯାଇଛି ବୋଲି କହିଛନ୍ତି।

ଏସ୍‌ପି ବ୍ରିଜେଶ ରାୟ କହିଛନ୍ତି, ଏହି ମାମଲା ସମ୍ପର୍କରେ ଥାନାରେ ଏତଲା ହେବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ପଦ୍ମନାଭ ୨୦୧୦ରେ ଏହିଭଳି ନକଲି କାର୍ଯ୍ୟରେ ଲିପ୍ତ ରହିଥିଲେ। ରାଉରକେଲା ହାଇଟେକ୍‌ ହସ୍ପିଟାଲରେ ସେ ଜାଲ୍‌ ସାର୍ଟିଫିକେଟ୍‌ ଦେଇ ଚାକିରି କରିବାକୁ ଆବେଦନ କରିଥିଲେ। ସେଠାରେ ଧରାପଡ଼ିବା ପରେ ଫେରାର ହୋଇଯାଇଥିଲେ।

୨୦୧୪ରେ ବନ୍ଧମୁଣ୍ଡା ଅଞ୍ଚଳରେ ମଧ୍ୟ ସମାନ କାଣ୍ଡ ଭିଆଇଥିଲେ। ସେହିପରି ୨୦୧୯ରେ ସୁନ୍ଦରଗଡ଼ ପୋଲିସ ଜିଲା ନୂଆଗଁା ଅଞ୍ଚଳରେ ପ୍ରାଥମିକ ଚିକିତ୍ସାକେନ୍ଦ୍ରରେ ନକଲି ସାର୍ଟିଫିକେଟ୍‌ ଦେଇ ଚାକିରି କରି ଧରାପଡ଼ିଥିଲେ। ଜେଏମଏଫସି କୋର୍ଟ ପକ୍ଷରୁ ଉକ୍ତ ମାମଲା ବିଚାରଧୀନ ରହିଛି। ତେବେ ଉକ୍ତ ମାମଲାଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ଏସ୍‌ପି ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଚ୍ଛାମୃତ୍ୟୁ ପାଇଁ ନିବେଦନ କଲେ ନିରାଶ୍ରୟ ମହିଳା

ଜଳେଶ୍ୱର,୩୦ା୬(ନବୀନ ସାହୁ): ପଙ୍ଗୁ ଅବସ୍ଥାରେ ଜୀବନ ବିତାଉଥିବା ବାଲେଶ୍ୱର ଜିଲା ଜଳେଶ୍ୱର ପୌରାଞ୍ଚଳ ୯ନଂ. ୱାର୍ଡର ନିରାଶ୍ରୟ ମହିଳା କାଞ୍ଚନ ନାୟକ ଇଛା ମୃତ୍ୟୁ ପାଇଁ...

ଓଡ଼ିଶା ପହଞ୍ଚିଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା

ଭୁବନେଶ଼୍ବର, ୩୦।୦୬: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ତଥା ଭାରତୀୟ ପ୍ରଶାସନିକ ସେବା ଓଡ଼ିଶା କ୍ୟାଡରର ବରିଷ୍ଠ ଅଧିକାରୀ ମନୋଜ ଆହୁଜା ଆଜି ଓଡ଼ିଶାରେ...

ଜନାଦେଶକୁ କେବେ ଚୋରି କରାଯାଇପାରିବ ନାହିଁ

୨୦୨୪ ସାଧାରଣ ନିର୍ବାଚନରେ ଖୁବ୍‌ କମ୍‌ ସମୟ ଲାଗି ଓଡ଼ିଶା ଭାଜପାର ଦାୟିତ୍ୱ ନେଇ ରାଜ୍ୟରେ ଦଳକୁ ସରକାର ଗଠନ କରିବା ଦିଗରେ କାର୍ଯ୍ୟ କରିଥିଲେ...

ଛେଳିପଲ ଉପରେ ମାଡ଼ିଗଲା ଟ୍ରକ୍‌, ୨୯ ଛେଳିଙ୍କ ଜୀବନ ଗଲା

ଖଲ୍ଲିକୋଟ,୨୯ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡୀ ଢାବା ନିକଟରେ ରାସ୍ତା ଉପରେ ପାର ହେଉଥିବା...

ନଡ୍ଡାଙ୍କୁ ଭେଟିବା ପରେ ଓଡ଼ିଶା ପାଇଁ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ହେବ…

ଭୁବନେଶ୍ୱର,୨୯ା୬: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏବଂ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡ଼ା ଶନିବାର ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର...

ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ଶୁଭାରମ୍ଭ

ନୂଆଦିଲ୍ଲୀ, ୨୯।୬: ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା। ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ହେବ ସୁଭଦ୍ରା ଟଙ୍କା ରିଲିଜ। ଏନେଇ ଦିଲ୍ଲୀରେ...

ବର୍ଷାରେ ଉବୁଟୁବୁ ନିରାକାରପୁର, ଠିକ୍‌ରେ ନିଷ୍କାସନ ହୋଇପାରୁନି ବର୍ଷାଜଳ

ନିରାକାରପୁର,୨୯ା୬(ମାନସ ଚନ୍ଦ୍ର ପଟ୍ଟନାୟକ): ମୌସୁମୀ ପ୍ରଭାବରେ ଶୁକ୍ରବାରଠାରୁ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ନିରାକାରପୁର ବଡ଼ବଜାରସ୍ଥିତ ନୂଆ ଜଗନ୍ନାଥ ସଡ଼କ ଭୂଷଣ୍ଡପୁରକୁ ସଂଯୋଗ କରୁଥିବା...

ମହିଳାଙ୍କୁ ପିଟିପିଟି ହତ୍ୟା କଲେ ପଡ଼ୋଶୀ

କେନ୍ଦ୍ରାପଡ଼ା,୨୯ା୬: ଜମିଜମା ବିବାଦକୁ ନେଇ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମଳିଛି କେନ୍ଦ୍ରାପଡ଼ା ଜିଲା ସଦର ଥାନା ସାହାସପୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri