Posted inଜାତୀୟ

୭ ରୋଗୀଙ୍କ ଜୀବନ ନେଇଗଲେ ନକଲି ଡାକ୍ତର

ଦମୋହ,୫।୪: ମଧ୍ୟପ୍ରଦେଶର ଦାମୋହ ସହରର ଏକ ଘରୋଇ ମିଶନାରି ହସ୍ପିଟାଲରେ ଜଣେ ନକଲି ଡାକ୍ତର ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ବେଳେ ଅନୂ୍ୟନ ୭ ଜଣ ରୋଗୀଙ୍କୁ ମାରିଦେଇଥିବା ଅଭିଯୋଗ ହୋଇଛି।

ଜିଲା ଅଧିକାରୀ ଅଭିଯୋଗର ତଦନ୍ତ ଚଳାଇଛନ୍ତି। ମାସେ ମଧ୍ୟରେ ହସ୍ପିଟାଲରେ ୭ ଜଣଙ୍କ ମୃତ୍ୟୁ ଘଟିବା ଉକ୍ତ ଅଞ୍ଚଳରେ ଚିନ୍ତା ବଢ଼ାଇଦେଇଛି। ଏନ୍‌. ଜନ୍‌ କେମ୍‌ ନାମକ ବ୍ୟକ୍ତି ନିଜକୁ ଖ୍ୟାତନାମା ବ୍ରିଟିଶ ହୃଦ୍‌ରୋଗ ବିଶେଷଜ୍ଞ ପରିଚୟ ଦେଇ ଉକ୍ତ ହସ୍ପିଟାଲରେ ରୋଗୀଙ୍କ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର କରୁଥିଲେ।

ପରବର୍ତ୍ତୀ ସମୟରେ ରୋଗୀଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତ ପରେ ଅଭିଯୁକ୍ତଙ୍କ ପ୍ରକୃତ ନାମ ନରେନ୍ଦ୍ର ବିକ୍ରମାଦିତ୍ୟ ଯାଦବ ବୋଲି ଜଣାପଡ଼ିଛି। ସରକାରୀ ଭାବେ ରୋଗୀଙ୍କ ମୃତ୍ୟୁସଂଖ୍ୟା ୭ କୁହାଯାଉଥିବା ବେଳେ ପ୍ରକୃତ ମୃତ୍ୟୁ ଏହାଠାରୁ ଅଧିକ ବୋଲି ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ତଥା ଆଇନଜୀବୀ ଦୀପକ ତିଓ୍ବାରୀ କହିଛନ୍ତି। ସେ ଏନେଇ ପୂର୍ବରୁ ଦାମୋହ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟ କେତେଜଣ ରୋଗୀଙ୍କ ଅଭିଯୋଗ ପରେ ଡାକ୍ତର ଜଣକ ନକଲି ବୋଲି ଜଣାପଡ଼ିଥିଲା। ପ୍ରକୃତ ଡାକ୍ତର ବ୍ରିଟେନରେ ଥିବାବେଳେ ନରେନ୍ଦ୍ର ନାମକ ବ୍ୟକ୍ତି ଏଠାରେ ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା ଚଳାଇଥିଲେ। ହାଇଦ୍ରାବାଦରେ ତାଙ୍କ ନାଁରେ ମାମଲା ରହିଛି। ସେ ନିଜର ପ୍ରକୃତ ଦସ୍ତାବିଜ୍‌ କାହାକୁ ଦେଖାଇ ନ ଥିବା ତିଓ୍ବାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ ସ୍କୁଟର ଲଞ୍ଜ କଲା Honda,ମନ ଜିଣିବ ଆଡଭାନ୍ସ ଫିଚର୍‌

ନୂଆଦିଲ୍ଲୀ,୧୭।୪: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ୨୦୨୫ Dio ଲଞ୍ଚ କରିଛି। ଅପଡେଟ୍‌ ହୋଇଥିବା ସ୍କୁଟରଟି କସମେଟିକ୍‌ ପରିବର୍ତ୍ତନ, OBD୨...

UGC NET June 2025 ପାଇଁ ଆବେଦନ ଆରମ୍ଭ, ଜାଣନ୍ତୁ କେବେ ହେବ ପରୀକ୍ଷା, ଶେଷ ତାରିଖ…

ନୂଆଦିଲ୍ଲୀ,୧୭।୪: ଏନ୍‌ଟିଏ ଜୁନ ୨୦୨୫ ରେ UGC NET ର ବିଜ୍ଞପ୍ତି ପ୍ରକାଶ କରିଛି। ଏହା ସହିତ ଆବେଦନ ପୋର୍ଟାଲ ମଧ୍ୟ ଖୋଲିଛି। ପ୍ରାର୍ଥୀମାନେ ୧୬...

ବଡ଼ ନିଷ୍ପତ୍ତି: ପ୍ରଥମରୁ ୫ମ ଶ୍ରେଣୀ ଯାଏ ହିନ୍ଦୀ ଭାଷା ବାଧ୍ୟତାମୂଳକ; ଜାତୀୟ ଶିକ୍ଷା ନୀତି ଲାଗୁ

ମୁମ୍ବାଇ,୧୭।୪: ମହାରାଷ୍ଟ୍ର ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି (NEP) ୨୦୨୦ କାର୍ଯ୍ୟକାରୀ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହି...

ସ୍ବାସ୍ଥ୍ୟମନ୍ତ୍ରୀ ବାଣ୍ଟିଲେ ଆୟୁଷ୍ମାନ କାର୍ଡ: ହିତାଧିକାରୀଙ୍କ ଘରେ ଚା ପିଇଲେ

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର): ବରଗଡ ଜିଲା ଅତାବିରାକୁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପହଞ୍ଚି ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ ସହିତ ଆୟୁଷ୍ମାନ ଭାରତ...

‘ଆମେ ହିନ୍ଦୁମାନଙ୍କଠାରୁ ଭିନ୍ନ’: ସୈନିକମାନଙ୍କୁ ଏପରି ଆହ୍ୱାନ ଦେଲେ ପାକିସ୍ତାନ ସେନା ମୁଖ୍ୟ

ନୂଆଦିଲ୍ଲୀ,୧୭।୫: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିର, ସେନା ପ୍ରତିଷ୍ଠାନର ପୁରୁଣା ଭାବନାକୁ ପୁନରାବୃତ୍ତି କରି, ପାକିସ୍ତାନୀମାନଙ୍କୁ ସେମାନଙ୍କ ପିଲାମାନଙ୍କୁ “ହିନ୍ଦୁ ଓ ମୁସଲମାନମାନଙ୍କ...

ଭଡ଼ାରେ ରହୁଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଭାରତୀୟ ଷ୍ଟାର କ୍ରିକେଟର; ମାତ୍ର ୧୩ ବର୍ଷ ବୟସରୁ ଦୌଡ଼ିଥିଲା ପ୍ରେମର ଗାଡ଼ି…

ନୂଆଦିଲ୍ଲୀ,୧୭।୪: ଜଣଙ୍କୁ ୧୧ ବର୍ଷ ତ ଆର ଜଣଙ୍କୁ ୧୩। ହଁ, ଏହି ବୟସରେ ଉଭୟ ପରସ୍ପରକୁ ଜାଣିଥିଲେ, ପ୍ରଥମ ଥର ପାଇଁ ପରସ୍ପରକୁ ଦେଖିଲେ।...

ବ୍ୟାଙ୍କକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ, କ୍ୟାଶିୟର ଭାବେ କାମ କରୁଥିବା ଚପରାସୀଙ୍କୁ ମିଳିବ ଅଧିକ ଦରମା

ଭୁବନେଶ୍ୱର,୧୭।୫: ଓଡ଼ିଶା ହାଇକୋର୍ଟ ପୁରୀ-ନିମାପଡ଼ା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଲିମିଟେଡକୁ ଜଣେ ୫୪ ବର୍ଷୀୟ ମହିଳାଙ୍କୁ ଉଚ୍ଚ ଦରମା ସୁବିଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।...

Naveen Patnaik: ନାମାଙ୍କର ଭରିଲେ ନବୀନ, ପାଖରେ ଥିଲେ ବବି

ଭୁବନେଶ୍ୱେର,୧୭।୪: ବିଜେଡି ସଭାପତି ପଦ ପାଇଁ ନାମାଙ୍କନ ଭରିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଶଙ୍ଖ ଭବନକୁ ଆସି ନବୀନ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି। ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image