ବନ୍ଧା ହେଲେ ନକଲି ଡାକ୍ତରଙ୍କ ଭଉଣୀ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ଅର୍ଥ ପାଇଁ ବିଭିନ୍ନ ରାଜ୍ୟର ୧୭ରୁ ଅଧିକ ମହିଳାଙ୍କୁ ବିବାହ କରି ଠକେଇ ଓ ପ୍ରତାରଣା କରିଥିବା ନକଲି ଡାକ୍ତର ରମେଶ ସ୍ବାଇଁଙ୍କର ଗୁମର ଧିରେ ଧିରେ ଫିଟିବାରେ ଲାଗିଛି। ଏଭଳି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିବା ଭଉଣୀ ରଶ୍ମିତା ବେହୁରାଙ୍କୁ କମିଶନରେଟ ପୋଲିସ ବୁଧବାର ଗିରଫ କରିଛି। ସ୍ପେଶାଲ ସ୍କ୍ବାର୍ଡ ଉଭୟ ଭାଇଭଉଣୀଙ୍କୁ ମୁହାଁମୁହିଁ ଜେରା କରିବା ପରେ ରଶ୍ମିତାଙ୍କୁ ଗିରଫ କରାଯାଇଛି। ତେବେ ଜେରା ବେଳେ ଠକେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

ଅପରପକ୍ଷେ ରମେଶଙ୍କ ୫ ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ତାଙ୍କୁ ଅଧିକ ପଚରାଉଚରା ପାଇଁ ଆଉ ୭ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରାଯିବ। ତାଙ୍କ ନାମରେ ଅଭିଯୋଗର ତାଲିକା ଲମ୍ବି ଚାଲିଥିବା ବେଳେ ତାଙ୍କୁ ଅଧିକ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି।

Share