ବଡ଼ବିଲ,୧୦ା୭(ସ୍ବ.ପ୍ର): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ନାମରେ ନକଲି ଫେସ୍ବୁକ ଆକାଉଣ୍ଟ ଖୋଲି ଅପବ୍ୟବହାର କରିଥିବା ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ କେନ୍ଦୁଝର ସଦର ଥାନା ପର୍ଜ୍ଜନପୁର ଗ୍ରାମର ଧୀରେନ ମହାନ୍ତ। ଅଭିଯୁକ୍ତ ଜଣକ ଜଣେ ଯୁବତୀ ଓ ଜଣେ ଯୁବକଙ୍କ ନାମରେ ଫେକ୍ ଫେସ୍ ବୁକ ଆକାଉଣ୍ଟ ଖୋଲିବା ସହ ଅଶ୍ଳୀଳ ଫଟୋ ଓ ମନ୍ତବ୍ୟ ପୋଷ୍ଟ କରିଥିବା ନେଇ ବଡ଼ବିଲ ଥାନାରେ ଗତ ୬ ତାରିଖ ମଙ୍ଗଳବାର ଅଭିଯୋଗ ହୋଇଥିଲା। ଏନେଇ ପୋଲିସ ପକ୍ଷରୁ ବଡ଼ବିଲ ଥାନା କେସ ନଂ ୧୧୨/୨୧ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା ବୋଲି ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାଶ ସୂଚନା ଦେଇଛନ୍ତି।