ଅସଲି ବସ୍ତାରେ ନକଲି ସାର

ଉମରକୋଟ, ୩।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅଧୀନ କୋପେନା ଗ୍ରାମର ସାର ବ୍ୟବସାୟୀ ସୁଦେଇ ମାଳି ସ୍ଥାନୀୟ ଅଞ୍ଚଳ ଚାଷୀଙ୍କୁ ଡିଏପି ସାର ନାମରେ ଖାଲି ମାଟି ଓ ପଥର ଗୁଣ୍ଡ ବିକ୍ରି କରି ଠକିଥିବା ଚାଷୀ ଅଭିଯୋଗ କରିଛନ୍ତି। ନକଲି ସାରକୁ ଅସଲି ଦାମରେ ବିକ୍ରି କରାଯାଇଛି। କୁଇଣ୍ଟାଲ ପିଛା ୩୨୦୦ ଟଙ୍କାରେ ଚାଷୀଙ୍କ ଠାରୁ ହଜାର ହଜାର ଟଙ୍କା ଠକି ନେଇଛନ୍ତି। ସାର ବିକ୍ରି ପାଇଁ କୌଣସି ଲାଇସେନ୍ସ ନ ଥାଇ ସେ ଏହି ସାର ବିକ୍ରି କରୁଛନ୍ତି।

ମାସରେ ଧାନ,ମକା ବିହନ ଲଗାଇବା ଚାଷୀମାନେ ସୁଦେଇ ମାଳିଙ୍କଠାରୁ ଡିଏପି ସାର କିଣିଥିଲେ। ମକା ଗଛ ବଢ଼ିବାର ୧୫ରୁ ୨୦ ଦିନ ପରେ ଚାଷୀ ଉକ୍ତ ସାର ପକାଇବା ପରେ ସେଗୁଡ଼ିକ ଜମିରେ କେବଳ ପଡ଼ି ରହିଲା। ମାଟିରେ ମିଳେଇଲା ନାହିଁ। ନକଲି ସାର ବ୍ୟବହାର କରିଥିବାରୁ ଗଛ ନବଢ଼ି ମକା ଗଛ ହଳଦିଆ ହୋଇଯାଇଛି। ଯେଉଁ ଚାଷୀ ଅନ୍ୟ ଦୋକାନରୁ ଡିଏପି ଆଣି ବ୍ୟବହାର କରିଥିଲେ ସେମାନଙ୍କର ଧାନ ଓ ମକା ଭଲ ହୋଇଥିବା ଜାଣିବା ପରେ ଚାଷୀ ନକଲି ସାର କିଣି ଠକାମୀ ରେ ଶିକାର ହେଇଥିବା ଜାଣିଥିଲେ। ବୁଧବାର କପେନା, ବେହେଡା ଓ ଛତିଶଗଡ଼ର ତମରାଅଣ୍ଡ ଗ୍ରାମର ଶହଶହ ଚାଷୀ କୋପେନା ପଞ୍ଚାୟତ କାର୍ଯ୍ୟାଳୟକୁ ସାର ପ୍ୟାକେଟ ଧରି ସରପଞ୍ଚ କିଆବତି ଗଣ୍ଡ ଓ ପୁର୍ବତନ ସରପଞ୍ଚ ପର୍ଶୁରାମ ଗଣ୍ଡଙ୍କ ନିକଟରେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଙ୍ଗଳବାର ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ମଧ୍ୟ ଅଭିଯୋଗ ସମ୍ପର୍କରେ ଜଣାଇଥିଲେ।

ଅଧିକାରୀ ଦୁଇ ଜଣ କର୍ମଚାରୀଙ୍କୁ ଘଟଣାସ୍ଥଳକୁ ପଠେଇ ଥିଲେ। ସେମାନେ ଗ୍ରାମବାସୀଙ୍କୁ ଲିଖିତ ଅଭିଯୋଗ ଦେବାକୁ କହିଥିଲେ। ଉକ୍ତ ସାର ଉମରକୋଟ ଜଣେ ବ୍ୟବସାୟୀଙ୍କଠାରୁ କିଣିଥିବା ନେଇ କୋପେନାର ବ୍ୟବସାୟୀ କହିଛନ୍ତି। ବଳକା ସାରକୁ କାହରିକୁ ବିକ୍ରୀ ନ କରିବାକୁ ଚାଷୀମାନେ ବ୍ୟବସାୟୀଙ୍କୁ ତାଗିଦ କରିଛନ୍ତି। ଦୀର୍ଘ ବର୍ଷ ହେଲା ବ୍ୟବସାୟୀ ଜଣଙ୍କ ବିନା ଲାଇସେନ୍ସରେ ସାର ବିକ୍ରୀ କରି ଆସୁଛନ୍ତି, କୃଷି ବିଭାଗ ଅଧିକାରୀମାନେ ଏହା କିପରି ଜାଣି ପାରଲେ ନାହିଁ ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। ଘଟଣାକୁ ନେଇ ଅତିରିକ୍ତ କୃଷି ଜିଲା ଅଧିକାରୀ ଅଜୟ କୁମାର କରଙ୍କୁ ପଚାରିବାରୁ ଏ ବିଷୟରେ ଅବଗତ ନାହିଁ। ଅଳ୍ପ ଦିନ ହେଲା ଆସିଛି। ଗୁରୁବାର ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦହିବରା ଖାଇ ଶତାଧିକ ଅସୁସ୍ଥ

ଯାଜପୁର/ବରୀ(ହର୍ଷବର୍ଦ୍ଧନ ବେହେରା/ମହେନ୍ଦ୍ର ସ୍ବାଇଁ),୨୧ା୩: ଯାଜପୁର ଜିଲା ବରୀ ବ୍ଲକର ୩ ପଞ୍ଚାୟତ ଅଞ୍ଚଳରେ ଗୁରୁବାର ପୂର୍ବାହ୍ନରେ ଘରକୁ ଘର ବୁଲି ବିକ୍ରି ହୋଇଥିବା ଦହିବରା ଖାଇ...

ତୃତୀୟ ଦିନରେ ଛାନ୍‌ଭିନ: ନବଙ୍କୁ ବାଜିଥିବା ଗୁଳି ଏ ଯାଏ ମିଳିନି: କ୍ରାଇମବ୍ରାଞ୍ଚ

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ୨ଜଣିଆ ଟିମ୍‌ ଗୁରୁବାର ୩ୟ ଦିବସରେ ଝାରସୁଗୁଡା ମୁଖ୍ୟ...

ଜେସିବିରେ ଏଟିଏମ୍‌ ତାଡିନେଲେ…

ଝାରସୁଗୁଡ଼ା,୨୦।୩(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ୍‌ ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଏଟିଏମ୍‌ ମେଶିନକୁ ଦୁର୍ବୃତ୍ତମାନେ ଜେସିବି...

ଯୁବକଙ୍କୁ ହତ୍ୟା ମାମଲା: ୫ ଅଭିଯୁକ୍ତ ଗିରଫ

ବରଗଡ଼,୨୦।୩(ପ୍ରେମାନନ୍ଦ ଖମାରୀ):ବରଗଡ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମର ପିଙ୍କୁ ଓରଫ ସୁଧାଂଶୁ ପ୍ରଧାନ(୨୫)ଙ୍କୁ ପିଟିପିଟି ହତ୍ୟା ମାମଲାରେ ପୋଲିସ ୫ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ...

ଫ୍ରିଜ୍‌ କମ୍ପ୍ରେସର ଫାଟି ଘରେ ଅଗ୍ନିକାଣ୍ଡ

ରାଉରକେଲା,୨୦।୩(ସଙ୍ଗୀତା ଜେନା): ରାଉରକେଲା ମଧୁସୂଦନପାଲୀରେ ଗୁରୁବାର ଅପରାହ୍ନରେ ଜଣେ ବ୍ୟକ୍ତିଙ୍କ ଫ୍ରିଜ କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ସମସ୍ତ ଆସବାବପତ୍ର...

ମୂଷାନାଳ ସହର ମୁଖ୍ୟ ରାସ୍ତା ମରଣଯନ୍ତା, ଲୋକେ ହନ୍ତସନ୍ତ

ଲାଞ୍ଜିଗଡ଼,୨୧/୩ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ମୂଷାନାଳ ସହର ମଝିରେ ଥିବା ମୁଖ୍ୟ ରାସ୍ତାରେ ଗର୍ତ୍ତ ସୃଷ୍ଟି ହୋଇ ମରଣଯନ୍ତା ପାଲଟିଛି।...

୨ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ାଉ: ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଛା): ପାରଳାଖେମୁଣ୍ଡିର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ତିରୁପତି ସାହୁକାର ଓ ଲୋକେଶ୍ୱର ସାହୁକରଙ୍କ ଘରେ ଗୁରୁବାର ଆୟକର ବିଭାଗ ଚଢ଼ାଉ କରିଛି। ଉଭୟେ ଆୟକର...

ସମବାୟ ସମିତି ବୋର୍ଡ ସଦସ୍ୟଙ୍କ ଆମରଣ ଅନଶନ: ଦାବି ଶୁଣୁନି ପ୍ରଶାସନ

ଦାରିଙ୍ଗବାଡି, ୨୦।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବୃହଦଗାର ସମବାୟ ସମିତି ଲିଃର ବୋର୍ଡ ସଦସ୍ୟ ମାନେ ବିଭିନ୍ନ ଦାବି ନେଇ ସମିତି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image