ଅଡିଟ ବେଳେ ନକଲି ସୁନା ବନ୍ଧକ ଧରାପଡ଼ିଲା

ଲୋଇସିଂହା,୩୦।୮(ସୁଶାନ୍ତ ବାରିକ): ନକଲି ସୁନା ବନ୍ଧକ ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ଋଣ ନାମରେ ୬୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ ଘଟଣାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଝାରମୁଣ୍ଡାସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକଙ୍କୁ ପୋଲିସ ଗିରଫ କରିଛି । ଗିରଫ ପୂର୍ବତନ ଶାଖା ପରିଚାଳକ ହେଲେ ଅମରେନ୍ଦ୍ର ନାୟକ। ଗୁରୁବାର ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଚଳିତ ମାସରେ ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କ ପକ୍ଷରୁ ଝାରମୁଣ୍ଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରାଯାଇଥିଲା। ୨୦୨୪ ଜାନୁୟାରୀ ୨୫ ରୁ ୧୦ ଜୁଲାଇ ମଧ୍ୟରେ ବ୍ୟାଙ୍କରେ ବଡଧରଣର ଅନିୟମିତତା ହୋଇଥିବା ଅଡିଟ ଟିମ୍‌ର ନଜରକୁ ଆସିଥିଲା। ବ୍ୟାଙ୍କରେ ୧୧୬ ସୁନା ବନ୍ଧକ ମଧ୍ୟରୁ ୯ ଟି ନକଲି ସୁନା ବୋଲି ଅଡିଟ ଟିମ୍‌ ଜାଣିବାକୁ ପାଇଥିଲେ। ରୁପା ସଦୃଶ ଅଳଙ୍କାରକୁ ସୁନା ଦର୍ଶାଇ ୯ ଜଣଙ୍କୁ ୨୨ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛିା। ସେହିପରି ବିଶ୍ୱ ପ୍ରଭାତୀ, ମା’ ସନ୍ତୋଷୀ, ମା’ ଲକ୍ଷ୍ମୀ, ମା’ ସାବିତ୍ରୀ, ମା’ ସନ୍ତୋଷିନୀ, ଜୟ ମା’ ଲକ୍ଷ୍ମୀ, ଜୟ ମା’ ଦୁର୍ଗା ଏପରି ୧୯ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଅଜାଣତରେ ୫୨ ଲକ୍ଷ ୩୦ ହଜାର ଟଙ୍କା ଉଠାଣ କରି ଆତ୍ମସାତ କରାଯାଇଛି। ଅମରେନ୍ଦ୍ର ନାୟକ ବ୍ୟାଙ୍କରେ ଶାଖା ପରିଚାଳକ ଥିବା ସମୟରେ ଏହିସବୁ ଅନିୟମିତତା ହୋଇଛି। ସୁନା ବନ୍ଧକ ଅନିୟମିତତାରେ ବ୍ୟାଙ୍କର ଯୁଗ୍ମ କଷ୍ଟିଡିଏନ ରମାକାନ୍ତ ସାହୁଙ୍କ ସମ୍ପୃକ୍ତି ମଧ୍ୟ ରହିଥିବା ଅଡିଟ ଟିମ୍‌ ସନ୍ଦେହ କରିଛନ୍ତି। ବନ୍ଧକ ସୁନା ଶାଖା ପରିଚାଳକ ଏବଂ ଯୁଗ୍ମ କଷ୍ଟିଡିଏନଙ୍କ ସୁରକ୍ଷାରେ ରହିଥାଏ। ଅଡିଟ ଟିମ୍‌ ଏହି ଅନିୟମିତତା ସମ୍ପର୍କରେ ଦୃଷ୍ଟି ଆକଷଁଣ କରିବା ପରେ ଗତ ୨୭ ତାରିଖରେ ବଲାଙ୍ଗୀର ରିଜିଓନାଲ ମ୍ୟାନେଜର ଦେବେଶ ରଞ୍ଜନ ଧର ଲୋଇସିଂହା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଲୋଇସିଂହା ଥାନାରେ ଭାରତୀୟ ନ୍ୟାୟ ସଂହିତା ଆଇନ ଅନୁଯାୟୀ ଦଫା ୩୧୬(୫), ୩୨୦, ୩୧୮(୩), ୩(୫) ରେ ମାମଲା (ନଂ୨୯୩।୨୪) ରୁଜୁ ହୋଇଛି। ସୂଚନାଯୋଗ୍ୟ, ବଲାଙ୍ଗୀର ରିଜିଓନାଲ ବ୍ୟାଙ୍କର ଦୁଇ ଜଣ ଅଧିକାରୀ ପ୍ରାୟ୧୫ ଦିନ ଧରି ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଅଡିଟ କରିଥିଲେ। ଏହି ଘଟଣା ନେଇ ଗ୍ରାହକଙ୍କ ମଧ୍ୟରେ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri