ଆଇଏଏସ୍‌ ପରିଚୟ ଦେଇ ପୋଲିସ କନ୍‌ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ

ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍‌ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିଲେ। ଥାନାରେ ପହଞ୍ଚି ପୋଲିସ କର୍ମଚାରୀମାନଙ୍କୁ ଧମକଚମକ ଦେଉଥିଲେ। ଏପରିକି ସରକାରୀ କର୍ମଚାରୀମାନଙ୍କ ବଦଳି କରାଇଦେବାକୁ ନେଇ ଟଙ୍କା ନେଉଥିଲେ। ଶେଷରେ ପୋଲିସ ତାଙ୍କୁ ଗିରଫ କରିଛି।

ଉକ୍ତ ନକଲି ଆଇଏଏସ୍‌ ଅଫିସରଜଣଙ୍କ ବିରୋଧରେ ଶ୍ୱଶୁର ଘର ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ରବିବାର ରାତିରେ ଚିକସାନା ଥାନାରେ ପହଞ୍ଚି ସେ ସୌରଭ କୁମାର, ଦିଲ୍ଲୀସ୍ଥିତ ବିଦେଶ ମନ୍ତ୍ରଣାଳୟରେ କାମ କରୁଛନ୍ତି। କାଲି ସେ ଜଣେ ଏଏସ୍‌ଆଇ ସୁରେନ୍ଦ୍ରଙ୍କୁ ବଦଳି କରାଇଛନ୍ତି ବୋଲି କହିଥିଲେ। ଏହାଶୁଣି ପୋଲିସ କର୍ମଚାରୀମାନେ ତାଙ୍କୁ ସାଲୁଟ୍‌ କରିବା ସହ ଚଉକି ଦେଇଥିଲେ। ହେଲେ ସେ ଥାନା ଭିତରେ ଜୋର ଜବରଦସ୍ତ ପଶିଥିଲେ। ପୋଲିସ ତାଙ୍କୁ ରୋକିବାକୁ ନେଇ ସେ ଚାପୁଡ଼ା ମଧ୍ୟ ମାରିଥିଲେ। ଏହାପରେ ସବୁ ଘଟଣା ସାମ୍ନାକୁ ଆସିଛି।

ସେ ସୌରଭ ଓରଫ ବିଷ୍ଣୁ ନିବାସୀ ବୋଲି ପୋଲିସ ଜାଣିବାକୁ ପାଇଛି। ସେ ଲୁହାସା ଥାନା ଅଞ୍ଚଳର। ତାଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି। ସରକାରୀ ଚାକିରି ଦେବା ଆଳରେ ଅନେକ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ସେ ଠକି ନେଇଛନ୍ତି। ଏହାଛଡ଼ା ଅନେକ ଥର ନିଜକୁ ଆଇଏଏସ୍‌ ଅଫିସରର ପରିଚୟ ଦେଇ ପୋଲିସ ସେବାର ଫାଇଦା ଉଠାଇଥିବା ପୋଲିସ ଜାଣିବାକୁ ପାଇଛି। ଗିରଫ କରାଯିବା ପରେ ତାଙ୍କୁ ପଚରାଉଚରା କରାଯାଉଛି।

Share