ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି: ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୧୩।୬: ମୁଖ୍ୟମନ୍ତ୍ରୀଙ୍କ ଅସଲି ‘x’ ହ୍ୟାଣ୍ଡେଲକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ ‘X’ ଆକାଉଣ୍ଟ ଖୋଲି ଫେକ ନ୍ୟୁଜ ପୋଷ୍ଟ ହେଉଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିସହ ଫେକ ଏବଂ ପ୍ରକୃତ ଆଇଡିର ହୋମ ପେଜ ବିଭାଗ ପକ୍ଷରୁ ପୋଷ୍ଟ କରାଯାଇଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ପୋଷ୍ଟ କରିଥିବା ପେଜରୁ ଦେଖିବାକୁ ମିଳିଛି ଫେକ ଏବଂ ଅସଲି ‘x’ ଆକାଉଣ୍ଟ। ମାଷ୍ଟହେଡ ସମାନ ରହିଥିଲା ବେଳେ ଫେକ ଆକାଉଣ୍ଟ @mohanmajhi_BJP ଲେଖାଯାଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରକୃତ ‘X’ ଆକାଉଣ୍ଟ ହେଉଛି @MohanModisha। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ ଆକାଉଣ୍ଟ https://facebook.com/MohanMOdisha ରହିଥିବା ବେଳେ Instagram https://instagram.com/mohanmodisha/ ରହିଛି।

Share