Categories: ଜାତୀୟ

ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ କରେଇଦେବାକୁ କହି ଠକେଇ, ଏୟାରଲାଇନ୍ସର କର୍ମଚାରୀ ଗିରଫ

ନୂଆଦିଲ୍ଲୀ,୨।୧: ଦେଶର ଜଣାଶୁଣା ଏୟାରଲାଇନ୍ସ ଇଣ୍ଡିଗୋ ଏୟାରଲାଇନ୍ସରେ ଚାକିରୀ ଦେବା ଆଳରେ ଠକେଇ କରାଯାଉଛି। ନିକଟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ଏଥିରେ ଏୟାରଲାଇନ୍ସର ଜଣେ ପୂର୍ବ କର୍ମଚାରୀଙ୍କ ହାତ ଥିବା ଜଣାପଡିଛି। ପୋଲିସ ତାଙ୍କୁ ଗିରଫ କରିଛି।

ଘଟଣା ଅନୁଯାୟୀ, ଅଭିଯୁକ୍ତଜଣକ ହେଉଛନ୍ତି ଏୟାରଲାଇନ୍ସର ପୂର୍ବତନ କର୍ମଚାରୀ ଇଶୁ ବର୍ମା ଓରଫ ରାହୁଲ ସକସେନା। ନିଜକୁ ଏୟାରଲାଇନ୍ସର ମାଲିକ କହି ସେ ଯୁବତୀ ଓ ତାଙ୍କ ପରିବାରକୁ ଫସେଇବାକୁ ଚେଷ୍ଟା କରିଥିଲେ। ୨୦୨୩ ଜୁନରେ ଯୁବତୀ ଜଣକ ଚାକିରୀ ଖୋଜିବା ପାଇଁ ନିଜ ପ୍ରୋଫାଇଲ ଅପଡେଟ କରିଥିଲେ। ଏହାପରେ ରାହୁଲ ନିଜକୁ ଏୟାରଲାଇନ୍ସର ମାଲିକ କହି ତାଙ୍କୁ ରିସେସସ୍ପନିଷ୍ଟର ଚାକିରୀ ଅଫର କରିଥିଲେ। ଏଥିପାଇଁ ତାଙ୍କୁ ୫୦ଲକ୍ଷ ଟଙ୍କା ଦେବାକୁ କୁହାଯାଇଥିଲା। ଏହାପରେ ତାଙ୍କୁ ବହୁ ଇଣ୍ଟରଭ୍ୟୁ ଯୋଗ ଦେବାକୁ କହିଥିଲେ। ଏହାପରେ ମହିଳାଙ୍କୁ ଏକ ନକଲି ଅଫର ଲେଟର ଦେଇଥିଲେ, ଯେଉଁଥିରେ ପ୍ରତି ମାସରେ ୨୮ହଜାର ଟଙ୍କାର ବେତନ ଦେବାକୁ କୁହାଯାଇଥିଲା। ଯୁବତୀଙ୍କ ପରିବାରକୁ ଯେପରି ସନ୍ଦେହ ନ ହୁଏ ରାହୁଲ ତାଙ୍କର ଅନ୍ୟଏକ ସହଯୋଗୀଙ୍କୁ ଏହି କାଣ୍ଡରେ ମିଶାଇଥିଲେ। କେବଳ ଯୁବତୀ ନୁହନ୍ତି ତାଙ୍କ ଭାଇଙ୍କୁ ମଧ୍ୟ ଏଥିରେ ଫସାଇ ନକଲି ଜଏନିଂ ଲେଟର ଦେଇଥିଲେ।

ପରେ ଜଏନିଂ ଲେଟର ନକଲି ଜଣାପଡିବା ପରେ ପରିବାର ଲୋକେ ଜଗତପୁଖି ପୋଲିସ ଷ୍ଟେଶନରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ରାହୁଲଙ୍କୁ ଗିରଫ କରିଛି। ତଦନ୍ତରେ ଜଣାପଡିଛି କି, ଯୁବତୀଙ୍କୁ ଫସାଇବା ସମୟରେ ସେ ଇଣ୍ଡିଗୋ ଏୟାରଲାଇନ୍ସରେ ବିଏମଆଇ ଅଫିସର ଭାବେ କାର୍ଯ୍ୟରତ ଥିଲେ। ଅଧିକ ସୂଚନା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

Share