ନକଲି ଏମ୍‌ଭିଆଇ ଗିରଫ

ଜଳେଶ୍ୱର, ୨୬।୫(ଡି.ଏନ.ଏ.):  ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟବର୍ତ୍ତୀ ଅଞ୍ଚଳରେ ଏମ୍‌ଭିଆଇ ପରିଚୟ ଦେଇ ଅର୍ଥ ଆଦାୟ କରୁଥିବା ପଶ୍ଚିମବଙ୍ଗ ସୋନାକଣି ଅଞ୍ଚଳର ଅରିନ୍ଦମ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। ଅରିନ୍ଦମ ଗତବର୍ଷ ତୀର୍ଥଯାତ୍ରୀ ବସ୍‌ ଲୁଟ ଘଟଣାରେ ତାଙ୍କ ୩ ସହଯୋଗୀ ସହିତ ଗିରଫ ହୋଇଥିଲେ। କିଛିଦିନ ହେଲା ସେ ଜେଲରୁ ମୁକୁଳିଥିଲେ।