Categories: ଫୁରସତ

ନକଲି ନଖ ବଞ୍ଚାଇଦେଲା ଜୀବନ

ଲଣ୍ଡନ: ସାଧାରଣତଃ ଲୋକେ ଯେତେବେଳେ ବିଦ୍ୟୁତ୍‌ ଆଘାତ ଖାଇଥାନ୍ତି, ସେତେବେଳେ ତାଙ୍କ ମୃତ୍ୟୁ ହୁଏ କିମ୍ବା ଗୁରୁତର ହୁଅନ୍ତି। ନିକଟରେ ଜଣେ କଲେଜ ଛାତ୍ରୀଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଫଳରେ ସେ ସେଠାରୁ ୪ ହାତ ଦୂରରେ ଛିଟିକି ପଡ଼ିଲେ, ହେଲେ ତାଙ୍କର କିଛି ବି ହୋଇ ନ ଥିଲା। ଏପରି ଘଟଣା ଇଂଲଣ୍ଡରେ ଦେଖିବାକୁ ମିଳିଛି। ଛାତ୍ରୀଙ୍କ କହିବା ମୁତାବକ, ତାଙ୍କ ବଡ଼ ବଡ଼ ନଖ ପାଇଁ ତାଙ୍କ ଜୀବନ ବଞ୍ଚିଯାଇଛି। ୨୧ ବର୍ଷୀୟା ନିକୋଲ ଫୌରମେନ୍‌ଙ୍କ କହିବା କଥା, ସେ ପାଣି ଗରମ ମେଶିନ ଠିକ୍‌ କରିବାକୁ ପ୍ରୟାସ କରୁଥିଲେ, ସେ ସମୟରେ ତାଙ୍କୁ କରେଣ୍ଟ ଲାଗିଗଲା। କରେଣ୍ଟ ଲାଗିବାର ୨/୩ ମିନିଟ୍‌ ପାଇଁ ସେ ସଂଜ୍ଞାହୀନ ହୋଇ ପଡ଼ି ରହିଥିଲେ। ତାଙ୍କର ଯେତେବେଳେ ହୋସ ଆସିଲା, ସେତେବେଳେ ସେ ଅନ୍ୟ ଏକ ରୁମ୍‌ରେ ପଡ଼ିଥିଲେ। ଏହାପରେ ସେ ଡାକ୍ତରଙ୍କ ପାଖକୁ ଗଲେ। ସେଠାରେ ଡାକ୍ତର ଲମ୍ବା ନକଲି ନଖ ପାଇଁ ବହୁତ ବଡ଼ ବିପଦରୁ ସେ ବଞ୍ଚିଯାଇଥିବା କହିଥିଲେ।

Share