Categories: ଜାତୀୟ

ନକଲି ନର୍ସିଂହୋମରେ ୭ ଶିଶୁଙ୍କୁ ଜୀବନ ଗଲା: ଡାକ୍ତରଙ୍କ ନାହିଁ ଡିଗ୍ରୀ, ନର୍ସ ୧୦ମ ଫେଲ୍‌

ଭୋପାଳ,୨୩।୫: ମଧ୍ୟପ୍ରଦେଶ ରାଜଗଡ଼ରେ କରୋନା ସମୟରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନକଲି ନର୍ସିଂହୋମ ଏବଂ ଡାକ୍ତରଙ୍କ ଯୋଗୁ ୭ ଶିଶୁ ପ୍ରାଣ ହରାଇଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ ନର୍ସିଂହୋମ ର ୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ନର୍ସିଂହୋମ ର ନିର୍ଦ୍ଦେଶକ ଫେଣାର ଅଛନ୍ତି। ରାଜଗଡରେ ଥିବା ଏହି ନର୍ସିଂହୋମରେ ନକଲି ଡାକ୍ତର ଏବଂ ଦଶମ ବିଫଳ ନର୍ସଙ୍କ ଯୋଗୁ ଅନେକ ମା’ଙ୍କୁ ନିଜ ପିଲାଙ୍କୁ ହରାଇବାକୁ ପଡିଛି। ସୂଚନାନୁସାରେ, ଏହି ନର୍ସିଂହୋମର ସଂଚାଳନ ବିନୋଦ ଶର୍ମା, ସାହିଲ ଉଦ୍ଦିନ ଏବଂ ତନଭୀର ୱାର୍ସିଙ୍କ ନାମରେ ପରିଚାଳିତ କରାଯାଉଥିଲା। ଏଠାରେ ବିନୋଦ ଶର୍ମା ଏବଂ ସାହିଲ ଉଦ୍ଦିନ ଡାକ୍ତର ଭାବରେ କାର୍ଯ୍ୟ କରୁଥିଲେ। ଜିଲାପାଳ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅଜୟ ନକୱାଲ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ପ୍ରସବ ପାଇଁ ଏହି ନର୍ସିଂହୋମକୁ ଆସିବା ପରେ ଏହାର ପର୍ଦ୍ଦାଫାଶ ହୋଇଥିଲା। ନର୍ସିଂହୋମର ଅବହେଳା ଯୋଗୁ ଅଜୟଙ୍କ ସନ୍ତାନର ମୃତ୍ୟୁ ଘଟିଥିଲା। ଏହା ପରେ ଅଜୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଖୋଳତାଡ ଆରମ୍ଭ ହେବାରୁ ନର୍ସଂହୋମ କର୍ମଚାରୀଙ୍କ ଅସଲ ମୁଖା ଖୋଲିଥିଲା। ସେଠାରେ କାର୍ଯ୍ୟକରୁଥିବା ଡାକ୍ତରଙ୍କ କୌଣସି ଡିଗ୍ରୀ ନ ଥିବାବେଳେ ନର୍ସ ୧୦ମ ଫେଲ୍‌ ବୋଲି ଜଣାପଡିଛି। ପୋଲିସ ଏହି ମାମଲାରେ ୨୨ ଜଣଙ୍କୁ ଗିରଫ କରିଥିବାବେଳେ ଅନେକ ଫେରାର ଅଛନ୍ତି।

Share