କଣାସ, ୨୧ା୧୧(ସ୍ବ.ପ୍ର): ପୁରୀ ଜିଲା କଣାସ ଅଞ୍ଚଳରେ ରବିବାର ଖାଉଟି ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ତିନୋଟି ରାଶନ ଦୋକାନରୁ ଲକ୍ଷାଧିକ ଟଙ୍କାର ନକଲି ପାନମସଲା ଜବତ କରାଯାଇଥିଲା। ଏହି ଘଟଣାରେ ସୋମବାର ୩ ଅଭିଯୁକ୍ତ ପଞ୍ଚାନନ ମହାପାତ୍ର, ଲଲାଟ ସାହୁ ଏବଂ ବିକ୍ରମ ସାହୁଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏ ନେଇ ୩ଟି ପୃଥକ ମାମଲା (ନଂ. ୨୧୪,୨୧୫,୨୧୬/୨୦୨୨) ରୁଜୁ ହୋଇଥିବା କଣାସ ଥାନା ଆଇଆଇସି ସୁଜିତ ଦାସ କହିଛନ୍ତି। ସୂଚନା ଅନୁଯାୟୀ, ମନ୍ଦାରବସ୍ତ ବଜାରର ଏକ ରାଶନ ଦୋକାନ ଏବଂ କଣାସ ବଜାରର ଦୁଇଟି ଦୋକାନରେ ଖାଉଟି ବିଭାଗ ଓ ପୋଲିସ ଚଢ଼ାଉ କରି ନକଲି ଜର୍ଦ୍ଦା ଜବତ କରିବା ସହିତ ୪ ଜଣକୁ ଅଟକ ରଖି ପଚରାଉଚରା କରିଥିଲା। ତଦନ୍ତ ପରେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି।