ଆମେରିକା ରାଷ୍ଟ୍ରପତିଙ୍କ ନାମରେ ନକଲି ରେକର୍ଡିଂ କଲ, ଭୋଟ ନ ଦେବାକୁ ନିବେଦନ

ଓ୍ବାଶିଂଟନ,୨୩।୧: ଆମେରିକାର ନ୍ୟୁ ହାମ୍ପସାୟରରେ ଆଜି ପ୍ରାଥମିକ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ। ଭୋଟ ଦେବା ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସ୍ବରରେ ଏକ ନକଲି ରେକର୍ଡିଂ କଲ ନ୍ୟୁ ହାମ୍ପସାୟାର ଲୋକଙ୍କ ନିକଟରେ ପହଞ୍ଚିଛି। ଏହି ନକଲି ଆହ୍ବାନରେ ଆଜି ହେବାକୁ ଥିବା ପ୍ରାଥମିକ ନିର୍ବାଚନରେ ଭୋଟ ନଦେବାକୁ ଭୋଟରଙ୍କୁ ନିବେଦନ କରାଯାଇଛି। ଏହି ମିଥ୍ୟା କଲରେ କୁହାଯାଇଛି ଯେ ଆଜି ଭୋଟ ନ ଦେଇ ନଭେମ୍ବରରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ସେ ନିଜର ଭୋଟ ସଞ୍ଚୟ କରିବା ଉଚିତ।

ଏହି ନକଲି କଲରେ କୁହାଯାଇଛି ଯେ ରିପବ୍ଲିକାନ ନେତାମାନେ ଡେମୋକ୍ରାଟ ଭୋଟରଙ୍କୁ ସେମାନଙ୍କର ପ୍ରାଥମିକ ନିର୍ବାଚନରେ ସାମିଲ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଅତ୍ୟନ୍ତ ନିମ୍ନ ସ୍ତରର ରାଜନୀତି। ଏହି ନକଲି କଲରେ ଜୋ ବାଇଡେନଙ୍କ ଏଆଇ ସୃଷ୍ଟି ସ୍ବର ଅଛି। ସୂଚନାଯୋଗ୍ୟ, ରୋବୋକଲ ଗୁଡିକ ଏକ ସମୟରେ ଅନେକ ଲୋକଙ୍କୁ ପଠାଯାଇଥିବା ବାର୍ତ୍ତା ରେକର୍ଡ କରାଯାଇଛି, ଯାହା ନିର୍ବାଚନ ସମୟରେ ପ୍ରଚାର ପାଇଁ ବ୍ୟବହୃତ ହୁଏ।

Share