ଟଙ୍କା ଲୋଭରେ ଫେକ ଅସ୍ତ୍ରୋପଚାର

ହିଞ୍ଜିଳିକାଟୁ,୨୫।୭(ଦ୍ବିତୀକୃଷ୍ଣ ପଣ୍ଡା): ଆଖିର ରେଟିନାରେ ଛୋଟିଆ ଛିଦ୍ର ଥିବା କହି ତ୍ରୁଟିପୂର୍ଣ୍ଣ ଓ ଫେକ ଅସ୍ତ୍ରୋପଚାର କରିବା କାରଣରୁ ଦୃଷ୍ଟି ଶକ୍ତି ହରାଇଥିବା ଜଣେ ଆଇନଜୀବୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀ ହେଲେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବାର ଆସୋସିଏଶନର ଆଇନଜୀବୀ ନିରଞ୍ଜନ ସାହୁ(୪୧)।
ହିଞ୍ଜିଳିକାଟୁ ନିକଟବର୍ତ୍ତୀ ଏକ ଚକ୍ଷୁ ଚିକିତ୍ସାଳୟରେ ତାଙ୍କୁ ଭୁଲ ତଥ୍ୟ ଦେଇ, ଟଙ୍କା ଶୋଷଣ ଓ ଲୋଭରେ ଭୁଲ ଓ ଫେକ ଅସ୍ତ୍ରୋପଚାର କରାଯାଇଥିବା ଓକିଲ ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ସେ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ କରି ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି।

ପ୍ରକାଶ ଯେ, ଆଇନଜୀବୀ ନିରଞ୍ଜନ ପ୍ରାୟ ୭ ମାସ ତଳେ ଦୃଷ୍ଟି ଶକ୍ତି ର ଉନ୍ନତି ପାଇଁ ଉକ୍ତ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତର ଆଇନଜୀବୀ ନିରଞ୍ଜନଙ୍କ ଡାହାଣ ଆଖିର ରେଟିନାରେ ଏକ ଛିଦ୍ର ଥିବା ଓ ଏହାର ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ମହିଳା ଡାକ୍ତରଙ୍କ ପରାମର୍ଶ କ୍ରମେ ନିରଞ୍ଜନ ଫେବୃଆରୀ ୧୭ ତାରିଖରେ ନଗଦ ୨୫ ହଜାର ଟଙ୍କା ଉକ୍ତ ଚିକିତ୍ସାଳୟରେ ଜମା କରି ଅସ୍ତ୍ରୋପଚାର କରାଇଲେ । ତେବେ ଅସ୍ତ୍ରୋପଚାର ପରେ ନିରଞ୍ଜନଙ୍କ ଦୃଷ୍ଟି ଶକ୍ତିରେ ଉନ୍ନତି ବଦଳରେ ଆଖିକୁ ଜମା ଦିଶିଲାନାହିଁ । ପରେ ଏଥିନେଇ ଆଇନଜୀବୀ ଜଣକ ଅନ୍ୟ ଜଣେ ଅଭିଜ୍ଞ ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ନେଲେ, ଫଳରେ ସେ ଜାଣିବାକୁ ପାଇଥିଲେ ଯେ, ହିଞ୍ଜିଳିକାଟୁ ନିକଟସ୍ଥ ଚକ୍ଷୁ ଚିକିତ୍ସାଳୟ ଠାରେ କୌଣସି ଅସ୍ତ୍ରୋପଚାର କରାଯାଇନାହିଁ। ଚିକିତ୍ସାଳୟରେ ଫେକ ଅସ୍ତ୍ରୋପଚାର ନାମରେ ସେ ଲୁଟ ଓ ଠକାମିର ଶିକାର ହୋଇଛନ୍ତି। ଅନ୍ୟପକ୍ଷରେ ହିଞ୍ଜିଳି ଥାନାରେ ଆଇନଜୀବୀଙ୍କ ଅଭିଯୋଗ ପରେ ଥାନା ପକ୍ଷରୁ ଗଞ୍ଜାମ ସିଡିଏମଓଙ୍କୁ ଅବଗତ କରାଯାଇଛି । ସିଡିଏମଓଙ୍କ ତଦନ୍ତ ରିପୋର୍ଟ ପରେ ଆବଶ୍ୟକ ପଦକ୍ଷେପ ପୋଲିସ ଗ୍ରହଣ କରିବ ବୋଲି ଥାନାଧିକାରୀ ଅଭିମନ୍ୟୁ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାଉ ସାଧିଲା ଅଦିନିଆ ବର୍ଷା: ବର୍ଷକର ଆହାର ଚିନ୍ତାରେ ଚାଷୀ

ନିରାକାରପୁର/ଜଟଣୀ/ ବାଣପୁର, ୨୩ା୧୨ (ମାନସ ଚନ୍ଦ୍ର ପଟ୍ଟନାୟକ/ ରବୀନ୍ଦ୍ରନାଥ ମହାକୁଡ଼/ ଦିଲୀପ ସ୍ବାଇଁ) ଲଘୁଚାପଜନିତ ବର୍ଷା ଯୋଗୁ ଖୋର୍ଦ୍ଧା ଜିଲାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଯେଉଁ...

ଏସ୍‌ସିବିରେ ସ୍ଥାନାନ୍ତର ହେବ ନନ୍‌ଟ୍ରମା କାଜୁଆଲ୍‌ଟି

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲର ନନ୍‌ଟ୍ରମା କାଜୁଆଲ୍‌ଟି ସ୍ଥାନାନ୍ତର ହେବ। ଏବେ କାଜୁଆଲ୍‌ଟି ଯେଉଁ ସ୍ଥାନରେ କାର୍ଯ୍ୟ କରୁଛି, ସେଠାରୁ ଉଠିଯାଇ ଭେଷଜ ୱାର୍ଡର ୟୁନିଟ୍‌-୬ରେ...

ବଡ଼ଦିନ, ନୂଆବର୍ଷରେ ସ୍ବାଦିଷ୍ଟ ଖାଦ୍ୟର ମଜାନେବେ ସହରବାସୀ

କଟକ,୨୩ା୧୨(ଶିଳ୍ପା ପ୍ରିୟଦର୍ଶିନୀ): ଦିନ କେଇଟା ପରେ ବଡ଼ଦିନ ଓ ନୂଆବର୍ଷ। ପ୍ରଭୁ ଯିଶୁଖ୍ରୀଷ୍ଟଙ୍କ ଜନ୍ମଦିନ ପାଳନ ସହ ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ ସହରବାସୀ...

ଜାଲ୍‌ କାଗଜପତ୍ରରେ ଜମି ପଞ୍ଜୀକରଣ, ଭଉଣୀଭାଇଙ୍କ ସମେତ ୪ ଗିରଫ

ବ୍ରହ୍ମପୁର,୨୩।୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଉପନିବନ୍ଧକ (ସବ୍‌-ରେଜିଷ୍ଟ୍ରର)ଙ୍କ କାର୍ଯ୍ୟାଳୟ-୨ରେ ନକଲି କାଗଜପତ୍ର ଦାଖଲ କରି ଏକ ଜମିକୁ ପଞ୍ଜୀକରଣ ଉଦ୍ୟମ କରୁଥିବା ୪ ଅଭିଯୁକ୍ତଙ୍କୁ ଟାଉନ...

ମୁକୁଳିଲେ ଭିଏଟ୍‌ନାମର ୬ ନାବିକ

ପାରାଦୀପ,୨୩।୧୨(ଶରତ ରାଉତ): ପାରାଦୀପରେ ୨୦୨୩ ନଭେମ୍ବର ୩୦ରୁ ଅଟକ ଥିବା ଏମ୍‌ଭି ଦେବୀ ଜାହାଜର୨୧ ଜଣ ଭିଏଟ୍‌ନାମ ନାବିକଙ୍କ ମଧ୍ୟରୁ ରବିବାର ସାରେ ମାତ୍ର ୬...

ଜିନ୍ନତ ହେବ ଟ୍ରାଙ୍କୁଲାଇଜ୍‌

ବାରିପଦା,୨୩ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମହାବଳ ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି। ଟ୍ରାଙ୍କୁଲାଇଜ୍‌...

ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଲେ ସାଗର

ଭବାନୀପାଟଣା,୨୩ା୧୨(ଉତ୍ତମ କୁମାର ଦାଶ): ରାଜ୍ୟ ସଭା ଭଳି ପବିତ୍ର ଗୃହରେ ବାବା ସାହେବ ଆମ୍ବେଡକରଙ୍କ ନାମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଅପମାନଜନକ ଶବ୍ଦ ବ୍ୟବହାର...

କୁଏଟ୍‌ରେ ଗଞ୍ଜାମ ଶ୍ରମିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୩ା୧୨: କୁଏଟ୍‌ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ରହୁଥିବା ଗଞ୍ଜାମ ଜିଲାର ଜଣେ ଶ୍ରମିକଙ୍କ ସହ ଶନିବାର କଥା ହୋଇଥିଲେ। ବବୁଲ ନାମକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri