Advertisement
Categories: ଜାତୀୟ

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର ସିଂ ତନଓ୍ବର ଏକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଏଠାରେ ପୁରୁଷମାନେ ମହିଳାଙ୍କ ବୁର୍ଖା ପିନ୍ଧି ଭୋଟ ଦେଉଛନ୍ତି। କାରଣ ଯେଉଁ ମହିଳାମାନେ ବୁର୍ଖା ପିନ୍ଧି ଆସୁଛନ୍ତି ସେମାନଙ୍କର ଯାଞ୍ଚ କରାଯାଉ ନାହିଁ। ତେଣୁ ମହିଳା ବେଶରେ ପୁରୁଷ ଏଠି ମିଥ୍ୟା ଭୋଟ ଦେଉଛନ୍ତି। ତେଣୁ ଯିଏ ବୁର୍ଖା ପିନ୍ଧି ଆସୁଛନ୍ତି ତାଙ୍କୁ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share