Categories: ଜାତୀୟ

ମନ୍ଦିର ନାମରେ ନକଲି ଓ୍ବେବସାଇଟ କରାଯିବ ବ୍ଲକ…

ଚେନ୍ନାଇ,୩୧।୧ : ତାମିଲନାଡୁରେ ମନ୍ଦିର ନାମରେ ଅନଧିକୃତ, ବେଆଇନ ତଥା ନକଲି ୱେବସାଇଟକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏସବୁ ଓ୍ବେବସାଇଟକୁ ବ୍ଲକ୍‌ କରାଯିବା ଜରୁରୀ।

ଏସବୁ ଓ୍ବେବସାଇଟ ଦ୍ୱାରା ମନ୍ଦିରକୁ ଦାନ ଦେବା ନେଇ ଠକେଇ ହେଉଥିବା ମାମଲା ବଢୁଥିବାରୁ କୋର୍ଟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଗୁରୁତ୍ୱାରୋପ କରିଛନ୍ତି।

Share