Categories: ବାଣିଜ୍ୟ

ନକଲି ଜେଡ୍‌ ବ୍ଲାକ ସାମଗ୍ରୀ ବିକ୍ରେତାଙ୍କ ପର୍ଦ୍ଦାଫାଶ

ଭୁବନେଶ୍ୱର, ୩।୧୦: ମଧ୍ୟପ୍ରଦେଶର ଅଗ୍ରଣୀ ଧୂପକାଠି ନିର୍ମାତା ତଥା ମହୀଶୂର ଦୀପ୍‌ ପର୍‌ଫ୍ୟୁମେରୀ ହାଉସ୍‌ (ଏମ୍‌ଡିପିଏଚ୍‌)ର ଅଗ୍ରଣୀ ବ୍ରାଣ୍ଡ୍‌ ଜେଡ୍‌ ବ୍ଲାକ ନାମରେ ନକଲି ସାମଗ୍ରୀ କୋଲ୍‌କାତାଠାରେ ବିକ୍ରି କରାଯାଉଥିଲା। ଏପରିକି ଜେଡ୍‌ ବ୍ଲାକ ନାମରେ ବହୁ ଅଭିଯୋଗ ଆସିଲା ପରେ କମ୍ପାନୀ ପକ୍ଷରୁ ବ୍ରାଣ୍ଡ୍‌ର ନକଲ କରୁଥିବା ଏବଂ ନକଲି ସାମଗ୍ରୀ ବିକ୍ରିରେ ନିୟୋଜିତ ଥିବା କୋଲକାତାର ବିଭିନ୍ନ ଗୋଦାମରେ ସଫଳତାପୂର୍ବକ ଚଢ଼ାଉ ସହ ପର୍ଦ୍ଦାଫାଶ କରାଯାଇଛି। ବିଶେଷକରି ପାର୍ବଣ ପୂର୍ବରୁ କମ୍ପାନୀ ପକ୍ଷରୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ସହ ପଶ୍ଚିମବଙ୍ଗର ଆସାନ୍‌ସୋଲ ଦୁର୍ଗାପୁର କମିଶନରେଟ୍‌ ପୋଲିସରେ ଅଭିଯୋଗ ସହ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେହିଭଳି ଏଫ୍‌ଆଇଆର୍‌ ପରେ ଆସାନସୋଲ ଉତ୍ତର କୁରେସି ମୋହଲ୍ଲାରେ ରହୁଥିବା ମହମ୍ମଦ ମୁକ୍‌ତାରଙ୍କ ଗୋଦାମରୁ ମହମ୍ମଦ ହିଲାଲ୍‌ ଓ ଶ୍ରୀନଗରର ମହମ୍ମଦ ଅସ୍‌ଲାମଙ୍କଠାରୁ ଜେଡ୍‌ ବ୍ଲାକ ନାମରେ ପ୍ରସ୍ତୁତ ବହୁ ନକଲି ସାମଗ୍ରୀଗୁଡିକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ଅପରପକ୍ଷରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜରାଟ, ଦିଲ୍ଲୀ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା ଓ ଉତ୍ତରପ୍ରଦେଶ ଭଳି ବିଭିନ୍ନ ରାଜ୍ୟରେ କମ୍ପାନୀ ପକ୍ଷରୁ ନକଲି କାରବାରକୁ ରୋକିବା ପାଇଁ ଏକାଧିକ ଆପରାଧିକ ମାମଲା ରୁଜୁ କରାଯାଇଛି। ଏ ସମ୍ପର୍କରେ ଏମ୍‌ଡିପିଏଚ୍‌ର ନିର୍ଦ୍ଦେଶକ ଅଙ୍କିତ ଅଗ୍ରୱାଲ କହିଛନ୍ତି, ନକଲି ଉପତ୍ାଦଗୁଡିକର ବୃଦ୍ଧି ବ୍ରାଣ୍ଡ୍‌ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବା ସହ ଉପଭୋକ୍ତାଙ୍କ ସୁସ୍ଥତାକୁ ବିପଦରେ ପକାଇଥାଏ। ପାର୍ବଣ ଋତୁ ଆସୁଥିବାରୁ ଉପଭୋକ୍ତାଙ୍କୁ ସେମାନେ ଘରକୁ ଆଣୁଥିବା ଉପତ୍ାଦର ସତ୍ୟତା ଓ ଗୁଣବତ୍ତା ନିଶ୍ଚିତ କରିବା ଲାଗି ପ୍ରାଧିକୃତ ଓ ପ୍ରତିଷ୍ଠିତ ରିଟେଲରଙ୍କଠାରୁ ପୂଜା ସାମଗ୍ରୀ କ୍ରୟ କରିବା ପାଇଁ ପରାମର୍ଶ ଦିଆଯାଉଛି।

Share