Categories: ଖେଳ

ପାକିସ୍ତାନକୁ ବଡ ଝଟ୍‌କା

ସିଡନୀ,୨।୧୧: ପାକିସ୍ତାନ ଗୁରୁବାର ଟି୨୦ ବିଶ୍ୱକପ୍‌ର ସୁପର-୧୨ ମୁକାବିଳାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ। ହେଲେ ଏହାପୂର୍ବରୁ ଦଳକୁ ବଡ ଝଟ୍‌କା ଲାଗିଛି। ଆଣ୍ଠୁରେ ଆଘାତ ଲାଗିବା କାରଣରୁ ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଫଖର ଜମାନ ଦଳରୁ ବାଦ ପଡ଼ିଛନ୍ତି। ଏଣୁ ବାକିଥିବା ମ୍ୟାଚ୍‌ ଲାଗି ସେ ଉପଲବ୍ଧ ରହିବେ ନାହିଁ। ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ଏହି ଆଘାତ ଲାଗିଥିବା ବେଳେ ଏବେ ସମସ୍ୟା ବଢ଼ିଯାଇଛି।

ଭାରତ ଏବଂ ଜିମ୍ବାଓ୍ବେ ବିପକ୍ଷ ମ୍ୟାଚ୍‌ରେ ଫଖରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ସୁଯୋଗ ପାଇଥିଲେ। ହେଲେ ମ୍ୟାଚ୍‌ ବେଳେ ଫଖରଙ୍କ ଆଣ୍ଠୁ ମୋଡି ହୋଇଯାଇଥିଲା। ଏଣୁ ପୁଣି ଥରେ ତାଙ୍କ ଆଘାତ ବଢ଼ିଛି। ଯାହାକୁ ନେଇ ଦକ୍ଷିଣ ଆଫ୍ରିକା ଏବଂ ବାକି ଥିବା ମ୍ୟାଚ୍‌ରେ ସେ ନ ଖେଳିପାରିବା କୁହାଯାଉଛି।

Share