Categories: ଖେଳ

ଫକୀର ମାଝି ଚାମ୍ପିୟନ୍‌

ଭୁବନେଶ୍ୱର,୩ା୪(ସ୍ପୋଟର୍‌ସ ବ୍ୟୁରୋ): ତ୍ୱମଶ୍ରିତା ଫାଉଣ୍ଡେସନ୍‌ ଓ ଏସ୍‌ଡିଏମ୍‌ ସଫ୍ଟଓ୍ବେୟାର ପକ୍ଷରୁ ମିଳିତ ଭାବରେ ଆୟୋଜିତ ଅଲ ଓଡ଼ିଶା ଓପନ ଚେସରେ ଫକୀର ମାଝୀ ଚାମ୍ପିୟନ ଆଖ୍ୟା କରିଛନ୍ତି। ସିମ୍ଫୋନୀ ମଲ୍‌ରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହୋଇଥିଲା। ଓଡ଼ିଶା ଚେସ୍‌ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟ୍ଟ ମୁଖ୍ୟ ଅତିଥି ଅର୍ଗସ ନ୍ୟୁଜର କାର୍ଯ୍ୟନିର୍ବାହୀ ସମ୍ପାଦକ ଦୁର୍ଗାଶିଷ ମୁଖ୍ୟ ବକ୍ତାଭାବରେ ଯୋଗ ଦେଇଥିଲେ।

କିସ୍‌ ଛାତ୍ର ଫକୀର ମାଝୀ ପ୍ରଥମ ସ୍ଥାନରେ ରହିଥିବା ବେଳେ ଓଡ଼ିଶା ପୋଷ୍ଟାଲର ସୌମ୍ୟରଞ୍ଜନ ମିଶ୍ର ଦ୍ୱିତୀୟ ଓ ରବୀନ୍ଦ୍ର ଓଝା ତୃତୀୟ ସ୍ଥାନରେ ରହିଥିଲେ। ତାପସ ମହାନ୍ତି ଓ ସନ୍ତୋଷ ମହାପାତ୍ର ଆର୍ବିଟର ଭାବରେ ଯୋଗ ଦେଇଥିଲେ। ପ୍ରଥମ ସ୍ଥାନରେ ରହିଥିବା ଖେଳାଳିଙ୍କୁ ୨୭ ହଜାର ଟଙ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ସହିତ ୬,୭, ୯, ୧୧, ୧୩ ଓ ୧୫ ବର୍ଷ ବୟସ ବାଳକ ଓ ବାଳିକା ବର୍ଗରେ ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା।

Share