ହିଲାରୀଙ୍କ ଭୂମିକାରେ ଫାଲ୍‌କୋ

ଓ୍ବାଶିଂଟନ୍‌, ୭ା୩: ଆମେରିକାର ଆଗାମୀ ଆପରାଧିକ କାହାଣୀ ‘ଇମ୍ପପିଚ୍‌ମେଣ୍ଟ: ଆମେରିକାନ୍‌ କ୍ରାଇମ ଷ୍ଟୋରୀ’(ମହାଭିଯୋଗ) ସିରିଜ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନଙ୍କ ଉପରେ ଆଧାରିତ ହେବ। ଏଥିରେ ଆମେରିକାର ପ୍ରମୁଖ ରାଜନେତ୍ରୀ ତଥା କୂଟନୈତିକ ହିଲାରୀ କ୍ଲିଣ୍ଟନଙ୍କ ଭୂମିକାରେ ଏଡି ଫାଲ୍‌କୋଙ୍କୁ ଦେଖିବାକୁ ମିଳିବ। ଏକାଡେମୀ ଅଫ୍‌ ଟେଲିଭିଜନ ଆର୍ଟସ୍‌ ଆଣ୍ଡ ସାଇନ୍ସ ପକ୍ଷରୁ ଏମି ଆଓ୍ବାର୍ଡ ହାସଲ କରିଥିବା ଫାଲ୍‌କୋଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ରୋଲ୍‌ ଦିଆଯାଇଛି। ଲିଣ୍ଡା ଟ୍ରିପ୍‌ଙ୍କ ଭୂମିକାରେ ସାରା ପଲ୍‌ସନ, ମୋନିକା ଲିଓ୍ବିନସ୍କିଙ୍କ ଭୂମିକାରେ ବେନି ଫେଲ୍ଡଷ୍ଟେନ୍‌ ଏବଂ ପଲ୍‌ ଜୋନ୍ସ ବିଲ୍‌ କ୍ଲିଣ୍ଟନଙ୍କ ଚରିତ୍ରରେ ଅଭିନୟ କରିବେ। ଏଫ୍‌ଏକ୍ସର ଏହି ମହାଭିଯୋଗଭିତ୍ତିକ କାହାଣୀ ନ୍ୟୁୟର୍କ ଲେଖକ ଜେଫ୍ରି ଟୁବିନ୍‌ଙ୍କ ପୁସ୍ତକ ‘ଏ ଭାଷ୍ଟ କନସ୍ପିରେସି: ଦି ରିୟଲ ଷ୍ଟୋରୀ ଅଫ୍‌ ସେକ୍ସ ସ୍କାଣ୍ଡାଲ ଦ୍ୟାଟ୍‌ ନିୟର୍‌ଲି ବଟ୍‌ ଡାଉନ୍‌ ଏ ପ୍ରେସିଡେନ୍ସ ( ଏକ ବଡ଼ ଷଡ଼ଯନ୍ତ୍ର: ସେକ୍ସ ସ୍କାଣ୍ଡାଲର ପ୍ରକୃତ କାହାଣୀ ଯାହା ଜଣେ ରାଷ୍ଟ୍ରପତିଙ୍କ ସମ୍ମାନ ହାନି କରିଥିଲା) ଉପରେ ଆଧାରିତ।

Share