ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀଙ୍କ ମୃତ୍ୟୁ: ମୃତଦେହ ରଖି ଧାରଣା

ପାଟଣା,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବୈତରଣୀ ନଦୀକୂଳରେ ଥିବା ପରମେଶ୍ୱର ଶିବ ମନ୍ଦିର ଗେଟ୍‌ରୁ ପଡ଼ି ସୁରକ୍ଷାକର୍ମୀ ସନ୍ତୋଷ କୁମାର ମହାନ୍ତଙ୍କ(୪୬) ରବିବାର ମୃତ୍ୟୁ ଘଟିଥିଲା। ତେବେ ସୋମବାର ମନ୍ଦିର ସମ୍ମୁଖରେ ଗାଁ ଲୋକେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଧାରଣାରେ ବସିଛନ୍ତି। ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ବାଇଁ ସଦଳବଳ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରି ମୃତଦେହକୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ସହ ମନ୍ଦିର ପରିଚାଳକ ସୂର୍ଯ୍ୟମଣି ଦେବତାଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିଛନ୍ତି।
ସୂଚନାଯୋଗ୍ୟ, ସନ୍ତୋଷ କାର୍ତ୍ତିକପୂର୍ଣ୍ଣିମା ପାଇଁ ରବିବାର ମନ୍ଦିର ମୁଖ୍ୟ ଫାଟକରେ ପତାକା ଲଗାଇବା ବେଳେ ଗେଟରୁ ଖସି ପଡ଼ିଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭୁନେଶ୍ୱରର ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ଘଟଗାଁ ନିକଟରେ ତାଙ୍କର ମୃତ୍ୟୁ ଘଟିଥିଲା।

Share