୧୯୮୪ରେ କୁଳମଣି ଶିକ୍ଷକ ଚାକିରି ଜୀବନ ଆରମ୍ଭ କରିଥିଲେ। କର୍ମ ଜଞ୍ଜାଳରେ ବ୍ୟସ୍ତ ରହିଥିବା ବେଳେ ୧୯୯୯ର ମହାବାତ୍ୟାରେ ଅନେକ ବଡ଼ ବଡ଼ ବୃକ୍ଷଲତା ଉପୁଡ଼ି ନଷ୍ଟ ହୋଇଥିବା ଦେଖି ସେ ମର୍ମାହତ ହୋଇ ପଡ଼ିଥିଲେ। ବୃକ୍ଷ ନଷ୍ଟ ହେବା ଫଳରେ ପରିବେଶର କ’ଣ ଅବସ୍ଥା ହୁଏ, ତାହା ନିଜ ଶିକ୍ଷାଦାନ ଭିତରେ ଜାଣିଥିବା କାରଣରୁ ସେହି ମହାବାତ୍ୟା ଦିନଠାରୁ ସେ ଚାରାରୋପଣ ଆରମ୍ଭ କଲେ। ବିଭିନ୍ନ ଫାଙ୍କା ସ୍ଥାନରେ ଗଛ ଲଗାଇବା ସହିତ ଚାରାରୋପଣକୁ ନିଜ ଜୀବନର ଏକ ମୁଖ୍ୟ ଅଂଶ ଭାବେ ବାଛିନେଲେ। ୨୦୨୩ ଜୁଲାଇରେ ସେ ଚାକିରିରୁ ଅବସର ନେଇଥିଲେ। ହେଲେ ଚାକିରି କାଳ ପରେ ମଧ୍ୟ ସେ ଏବେ ନିଜ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ଚାରାରୋପଣରେ ହିଁ ବିତାଉଛନ୍ତି। ଇତିମଧ୍ୟରେ ସେ ବିଭିନ୍ନ କିସମର ଚାରାରୋପଣ କରିଛନ୍ତି। ପ୍ରକୃତି ପ୍ରେମ ଏବଂ ପରିବେଶ ସଜାଡିବାର ଭୂମିକାକୁ ନେଇ ସେ ଅନେକ ଥର ସମ୍ମାନିତ ହୋଇଛନ୍ତି। ୩ଟି ସ୍ଥାନରୁ ପ୍ରକୃତି ମିତ୍ର ଭାବେ ସମ୍ମାନିତ ହୋଇଛନ୍ତି। କେବଳ ସେତିକି ନୁହେଁ ରାଜ୍ୟସ୍ତରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଚାରାରୋପଣ କାର୍ଯ୍ୟରେ ସେ କେବଳ ନିଜେ ନୁହେଁ, ବିଭିନ୍ନ ସଙ୍ଗଠନ ସହିତ ଯୋଡ଼ି ହେବା ସହିତ ସମସ୍ତଙ୍କୁ ଗଛ ଲଗାଇବାକୁ ପ୍ରୋସତ୍ାହିତ କରିଛନ୍ତି। ବନ ମହୋତ୍ସବ ସପ୍ତାହ ଆସିଲେ ଖୋଜା ପଡ଼ନ୍ତି କୁଳମଣି। କାରଣ ସିଏ ହିଁ ଜଣେ ମଣିଷ ଯିଏ କି ବୃକ୍ଷକୁ ଅତି ପାଖରୁ ବୁଝିଛନ୍ତି ଏବଂ ଜାଣିଛନ୍ତି। ସେଇଥି ପାଇଁ ବିଭିନ୍ନ ସଙ୍ଗଠନ ତାଙ୍କୁ ଖୋଜିଥାନ୍ତି। ସରକାରଙ୍କ ମା’ ପାଇଁ ଗଛଟିଏ ହେଉ କିମ୍ବା ତାଳ ମିଶନ, ସବୁଥିରେ ଆଗରେ ଥାନ୍ତି ସେ। ଗଛ ହିଁ ଜୀବନ। ଯିଏ ଆମକୁ ଅମ୍ଳଜାନ ଦେଇଥାଏ, ଯିଏ ଆମ ବଞ୍ଚତ୍ବାର ସାହାରା ତାକୁ ଆମେ ରକ୍ଷା ନ କରିଲେ ଆଗାମୀ ଦିନରେ ଆମ ସମାଜ ଧ୍ୱଂସାଭିମୁଖୀ ହୋଇଯିବ। ତେଣୁ ସମସ୍ତେ ଗଛ ଲଗାଇବା ଏବଂ ଗଛର ଯନତ୍ ନେବା ଉଚିତ ବୋଲି କୁଳମଣି କହିଛନ୍ତି। ସମସ୍ତେ ବଦଳି ଯାଇପାରନ୍ତି ହେଲେ ଗଛ କେବେ ବଦଳେ ନାହିଁ। ତେଣୁ ଗଛ ଲଗାଇଲେ ଏବଂ ଗଛର ଯନତ୍ ନେଲେ ଆମ ଜୀବନକୁ ଗଛ ବଞ୍ଚାଇ ରଖିପାରିବ ବୋଲି କୁଳମଣି ପ୍ରକାଶ କରିଛନ୍ତି।
-ସନ୍ତୋଷ କୁମାର ବାଚ୍ଛିନୀ, ଉଦଳା