Categories: ବାଣିଜ୍ୟ

ଖସିଲା ବଜାର କାରବାର

ନୂଆଦିଲ୍ଲୀ,୨୬।୧୦: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭାରତୀୟ ମୁଦ୍ରାର ଅବମୂଲ୍ୟାୟନର ପ୍ରଭାବ ଶେୟାର ବଜାର କାରବାର ଉପରେ ପଡ଼ିଛି। ଫଳରେ ଶେୟାର ବଜାରର ନିବେଶକଙ୍କ ମଧ୍ୟରେ ଏକ ପ୍ରକାର ଅସ୍ଥିରତା ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୨ୟ ଦିନର ବଜାର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ୨୮୮ (୨୮୭.୭୦) ପଏଣ୍ଟ ଖସି ୫୯,୫୪୪ (୫୯,୫୪୩.୯୬) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ ରେ ମଧ୍ୟ ୭୪ (୭୪.୪୦) ପଏଣ୍ଟ ହ୍ରାସ ଘଟି ୧୭,୬୫୬ (୧୭,୬୫୬.୩୫) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଗୁରୁବାର ଦଲାଲ ଷ୍ଟ୍ରିଟ୍‌ରେ ବ୍ୟାଙ୍କ, ଆଇଟି, ଏଫ୍‌ଏମ୍‌ସିଜି ଏବଂ ଅଟୋଶିଳ୍ପ ଓ ମେଟାଲ ଭଳି କ୍ଷେତ୍ରର ନିବେଶକଙ୍କ ପାଇଁ ବଜାର ଫଳାଫଳ ତଳମୁହଁା ରହିଥିଲା।

Share