ଡେରାଡୁନ,୪।୮: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାର ଗୌରୀକୁଣ୍ଡରେ ଥିବା ଏକ ପାହାଡ ଧସିଛି। ଏଥିରେ ୮ ରୁ ୧୫ ଜଣ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛି।
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ହେଉଛି। ଡେରାଡୁନ, ହରିଦ୍ୱାର, ପୌରୀ, ନୈନିତାଲ, ଚମ୍ପାୱତ, ଉଦମ ସିଂ ନାଗର, ଚାମୋଲି ଏବଂ ବାଗେଶ୍ୱର ଜିଲାରେ ପ୍ରବଳ ବର୍ଷା ହେଉଛି। ବର୍ଷା ଯୋଗୁ ଏଭଳି ଘଟଣା ଘଟିଥିବା କୁହାଯାଉଛି।