Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୧୯।୮: କ୍ରମାଗତ ୨ୟ ଦିନ ଲାଗି ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୦୨ (୨୦୨.୩୬) ପଏଣ୍ଟ କମି ୬୪,୯୪୯(୬୪,୯୪୮.୬୬) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୫୫ (୫୫.୧୦) ପଏଣ୍ଟ ହ୍ରାସ ଘଟି ୧୯,୩୧୦ (୧୯,୩୧୦.୧୫) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାରର କାରବାରରେ ଅସ୍ଥିରତା ଦେଖାଦେଇଛି। ଏପରିକି ବିଏସ୍‌ଇ ମିଡ୍‌କ୍ୟାପ୍‌ ଓ ସ୍ମଲ୍‌ କ୍ୟାପ୍‌ର କାରବାର ସମେତ ଏନ୍‌ଏସ୍‌ଇ ନିଫ୍ଟିର ନିଫ୍ଟି ମିଡ୍‌ କ୍ୟାପ୍‌, ସ୍ମଲ୍‌ କ୍ୟାପ୍‌ ଏବଂ ବ୍ୟାଙ୍କିଙ୍ଗ୍‌ କାରବାରରେ ମଧ୍ୟ ପରିବର୍ତ୍ତନ ଘଟୁଛି।

Share