Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ଭୁବନେଶ୍ୱର,୧୯।୯: ବିଗତ କିଛି ସପ୍ତାହ ହେଲା ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟୁଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ସୋମବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୪୨ (୨୪୧.୭୯) ପଏଣ୍ଟ ହ୍ରାସ ଗଟି ୬୭, ୫୯୭ (୬୭,୫୯୬.୮୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୫୯ (୫୯.୦୫) ପଏଣ୍ଟ କମି ୨୦,୧୩୩ (୨୦,୧୩୩.୩୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ କ୍ରମାଗତ ୩ୟ ଦିନ ଲାଗି ଶେୟାର ବଜାର କାରବାରରେ ବୃଦ୍ଧି ଘଟିଥିବାବେଳେ ନିବେଶକମାନେ ଉତ୍ସାହର ସହ କାରବାର କରିଥିଲେ।

Share