Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୭।୯: ଦିନକ ପରେ ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଳକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ଏପରିକି ମଙ୍ଗଳବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୭୯ (୭୯.୪୯) ପଏଣ୍ଟ ଖସି ୬୫,୯୪୫ (୬୫,୯୪୫.୪୭) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ୧୦ (୯.୮୫) ପଏଣ୍ଟ ହ୍ରାସ ଘଟି ୧୯,୬୬୫(୧୯,୬୬୪.୭୦) ଅଙ୍କରେ କାରବାର ବନ୍ଦ କରିଥିଲା। ଉଲ୍ଲେଖଯୋଗ୍ୟ, ବିଏସ୍‌ଇର ମିଡ୍‌କ୍ୟାପ୍‌ ଓ ସ୍ମଲ୍‌କ୍ୟାପ୍‌ ଶେୟାରଗୁଡିକର ଇଣ୍ଡେକ୍ସ ସହ ଏନ୍‌ଏସ୍‌ଇ ନିଫ୍ଟି ମିଡ୍‌ କ୍ୟାପ୍‌, ସ୍ମଲ୍‌ କ୍ୟାପ୍‌ ଏବଂ ବ୍ୟାଙ୍କ ଶେୟାରଗୁଡିକରେ ମଧ୍ୟ କାରବାର ଭିନ୍ନ ରହିଥିବାବେଳେ ସେକ୍ଟୋରାଲ ଇଣ୍ଡେକ୍ସର ମଧ୍ୟ କାରବାର ହ୍ରାସ ଘଟିଛି।

Share