ନୂଆଦିଲ୍ଲୀ,୨୧।୧୨: ଦିନକ ପରେ ପୁଣି ଥରେ ଷ୍ଟକ୍ ବଜାରର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟଦିବସ (ଷ୍ଟକ୍ ବଜାର) ର ଫଳାଫଳ ଯୋଗୁ ଶେୟାର ବଜାରର ନିବେଶକମାନେ ମଧ୍ୟ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ମଙ୍ଗଳବାରର ଷ୍ଟକ୍ ବଜାରର ଫଳାଫଳ ଅନୁଯାୟୀ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୧୦୪ (୧୦୩.୯୦) ପଏଣ୍ଟ ଖସି ୬୧,୭୦୨ (୬୧,୭୦୨.୨୯) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୩୫ (୩୫.୧୫) ପଏଣ୍ଟ ହ୍ରାସ ଘଟି ୧୮,୩୮୫ (୧୮,୩୮୫.୩୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜାତୀୟ ଓ ଅନ୍ତଜାର୍ତୀୟ ସମସ୍ୟା ଓ ନିଷ୍ପତ୍ତି କାରଣରୁ ଭାରତୀୟ ଶେୟାର ବଜାରର କାରବାର ପ୍ରଭାବିତ ହେଉଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।