ନୂଆଦିଲ୍ଲୀ,୨୪।୧୨: କ୍ରମାଗତ ୪ର୍ଥ ଦିନ ଲାଗି ଷ୍ଟକ୍ ବଜାରର କାରବାର ହ୍ରାସ ପାଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍ ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଶେୟାର ବଜାର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୯୮୧ (୯୮୦.୯୩) ପଏଣ୍ଟ ଖସି ୫୯,୮୪୫ (୫୯,୮୪୫.୨୯) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୩୨୧ (୩୨୦.୫୫) ପଏଣ୍ଟ ହ୍ରାସ ଘଟି ୧୭,୮୦୭ (୧୮,୮୦୬.୮୦) ଅଙ୍କରେ ବଜାର ବନ୍ଦ ହୋଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜାତୀୟ ଓ ଅନ୍ତଜାର୍ତୀୟ ସମସ୍ୟା ସାଙ୍ଗକୁ କୋଭିଡ୍ ନିଷ୍ପତ୍ତି କାରଣରୁ ଭାରତୀୟ ଶେୟାର ବଜାରର କାରବାର ହ୍ରାସ ପାଉଥିବା ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।