Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨।୮: ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୨ୟ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇରଛନ୍ତି। ମଙ୍ଗଳବାର ଷ୍ଟକ୍‌ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୬୮(୬୮.୩୬) ପଏଣ୍ଟ କମି ୬୬,୪୫୯ (୬୬,୪୫୯.୩୧) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୨୦(୨୦.୨୫) ପଏଣ୍ଟ ହ୍ରାସ ଘଟି ୧୯,୭୩୪ (୧୯,୭୩୩.୫୫) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେଲା ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି।

Share