ଭୁବନେଶ୍ୱର, ୧୧।୮:ଦିନକ ପରେ ପୁଣି ଥରେ ଭାରତୀୟ ଶେୟାର ବଜାର କାରବାରରେ ପରିବର୍ତ୍ତନ ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ କାର୍ଯ୍ୟ ଦିବସ (ଷ୍ଟକ୍ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଗୁରୁବାର ଷ୍ଟକ୍ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ)ର ସେନ୍ସେକ୍ସ ୩୦୮(୩୦୭.୬୩) ପଏଣ୍ଟ କମି ୬୫,୬୮୮ (୬୫,୬୮୮.୧୮) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍ଏସ୍ଇ)ର ନିଫ୍ଟି-୫୦ରେ ମଧ୍ୟ ୮୯ (୮୯.୪୫) ପଏଣ୍ଟ ହ୍ରାସ ଘଟି ୧୯,୫୪୩ (୧୯,୫୪୩.୧୦) ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ହେବ ଭାରତୀୟ ଶେୟାର ବଜାରର କାରବାରରେ ପରିବର୍ତ୍ତନ ଦେଖାଦେଇଛି।