Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୧୨।୭: କ୍ରମାଗତ ୨ଦିନ ଲାଗି ଭାରତୀୟ ଶେୟାର ବଜାରର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟ ଦିବସ (ଷ୍ଟକ୍‌ବଜାର) ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷ କରି ଶୁକ୍ରବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ର ସେନ୍‌ସେକ୍ସ ୩୬୬ (୩୬୫.୫୩) ପଏଣ୍ଟ କମି ୬୫,୩୨୩ (୬୫,୩୨୨.୬୫) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ନିଫ୍ଟି-୫୦ରେ ମଧ୍ୟ ୧୧୫ (୧୧୪.୮୦) ପଏଣ୍ଟ ହ୍ରାସ ଘଟି ୧୯,୪୨୮ (୧୯,୪୨୮.୩୦) ଅଙ୍କରେ କାରବାର ବନ୍ଦ ହୋଇଥିଲା।

Share