ଖସିଗଲେ ବେପାରୀ: ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଜଳେଶ୍ୱର,୨୩।୧: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଝାଡେଶ୍ୱରପୁର ବସ୍ତି ଅଞ୍ଚଳ ବ୍ରାଉନସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳରେ ବାରମ୍ବାର ଚଢାଉ କରାଯାଇ ବ୍ରାଉନସୁଗାର ଜବତ କରାଯାଉଥିଲେ ମଧ୍ୟ ଏହାକୁ ରୋକିବାରେ ପୋଲିସ ସକ୍ଷମ ହୋଇପାରିନାହିଁ। ଅପରପକ୍ଷେ ବେପାରୀମାନେ ନିଶା କାରବାର ଚଳାଇବା ଲାଗି ବିଭିନ୍ନ ଉପାୟ ଆପଣାଇ ପୋଲିସକୁ ଚକ୍‌ମା ଦେବାକୁ ଚେଷ୍ଟା ଚଳାଇଛନ୍ତି। କିଛି ଦିନ ତଳେ ଜଣେ ନାବାଳକଙ୍କ ମାଧ୍ୟମରେ ବ୍ରାଉନସୁଗାର ବିକ୍ରି ଖବର ଚର୍ଚ୍ଚାର ପରିସରକୁ ଆସିଥିଲା। ଶନିବାର ପୁଣି ଏହି ଅଞ୍ଚଳରେ ପୋଲିସ ଚଢ଼ାଉ କରି ନିଶା ବେପାରୀ ନୂଆ ତରିକା ଆପଣେଇଥିବା ଜାଣିବାକୁ ପାଇଛି। ବେପାରୀମାନେ ବାଲି ମଧ୍ୟରେ ବ୍ରାଉନସୁଗାର ପୋତି ବିକ୍ରି କରୁଛନ୍ତି। ଚଢାଉ ବେଳେ ୨୫୦ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ହେଲେ ନିଶା ବେପାରୀ କୌଶଳ କ୍ରମେ ପୋଲିସ ହାତରୁ ଖସିଯାଇଛନ୍ତି। ଛାଡ଼ିଯାଇଥିବା ମୋବାଇଲ୍‌ ଫୋନ, ମନିପର୍ସ ପୋଲିସ ଜବତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବାବେଳେ ବ୍ଲକ ଯୋଗାଣ ସାହାୟିକାଙ୍କ ଉପରେ ମାଡିବସିଲା ଭିଜିଲାନ୍ସ, ୪ ସ୍ଥାନରେ ଚାଲିଛି ଚଢାଉ

କୋରାପୁଟ,୨୩।୧୨ ( ଅମିତାଭ ବେହେରା ): ଭିଜିଲାନ୍ସ ଜାଲରେ ପଡିଲେ ଦଶମନ୍ତପୁର ବ୍ଲକର ଯୋଗାଣ ସାହାୟିକା ( ଏମଆଇ )ମମତା ବେହେରା। କୋରାପୁଟ ଜିଲାର ଦଶମନ୍ତପୁର...

ସ୍ଥାୟୀ ବିଇଓ ନିଯୁକ୍ତି ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ନିକଟରେ ଦାବି

ଦାରିଙ୍ଗବାଡି,୨୩।୧୨( ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ଶିକ୍ଷା ଅଧିକାରୀ (ବିଇଓ )ସ୍ଥାୟୀ ପଦବୀ ଦୀର୍ଘ ଦିନ ହେଲା ଖାଲି ପଡିଛି। ଉକ୍ତ ବ୍ଲକର...

ମନ୍ତ୍ରୀ କଲେ ବଡ଼ ଖୁଲାସା: ”ରାଜ୍ୟରେ ଏବେ ବି ରହିଛି ବିଜେଡି ଶାସନ ଚାପ”

କେସିଙ୍ଗା, ୨୩।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଆୟୋଜିତ ବୁଢା ଡଙ୍ଗର ଲୋକ ମହୋତ୍ସବରେ ଯୋଗଦେବା ପାଇଁ ଗସ୍ତରେ ଆସିଥିବା ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ...

ବୁଢା ଡଙ୍ଗର ଲକୋମହୋତ୍ସବ ଆରମ୍ଭ: ନିଶାନ ବାଜାରେ ଦୁଲୁକିଲା କେସିଙ୍ଗା ସହର

କେସିଙ୍ଗା୨୩।୧୨: କଳାହାଣ୍ଡି ଜିଲା କେସିଙ୍ଗା ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ଦ୍ୱାରା ବୁଢା ଡଙ୍ଗର ଲୋକ ମହୋତ୍ସବ ରବିବାର ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ସ୍ଥାନୀୟ...

ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୩।୧୨: ସତ୍ୟନଗର ସ୍ଥିତ ଏକ ପ୍ରେସର କୁକର୍ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ନିଆଁର ପ୍ରଭାବ ବହୁତ ଅଧିକ ଥିବା ଅବେଳେ ଏଥିରେ ଗୋଦାମରେ ଥିବା ସାମଗ୍ରୀ...

ଅଦିନିଆ ବର୍ଷାରେ ଫସଲ କ୍ଷୟକ୍ଷତି: ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତଦିନରେ ଅଦିନିଆ ବର୍ଷା କାରଣରୁ ଚାଷୀମାନେ କ୍ଷତିର ସାମ୍ନା କରିଛନ୍ତି। ଅନେକ ଜିଲାରେ ଧାନ ବିଲରେ ଧାନ ଭାସି ଯାଇଥିବା ବେଳେ ବାଦାମ...

ଗୋଟେ ଲଘୁଚାପ ଯାଉଯାଉ ପୁଣି ଆସୁଛି ଆଉ ଏକ ଲଘୁଚାପ, ଚାଷୀ ଛାନିଆ

ନିରାକାରପୁର, ୨୩।୧୨(ମାନସ ଚନ୍ଦ୍ର ପଟ୍ଟନାୟକ ): ଚଳିତ ମାସରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇଦେଇଥିବା ବେଳେ ପୁଣି ଆଉ ଗୋଟିଏ ଲଘୁଚାପ...

୨୦୨୪ ନିର୍ବାଚନରେ ଅନିୟମିତତା ଅଵିହଯୋଗ ଆଣିଲା ବିଜେଡି, ଭୋଟ୍ ପାର୍ଥକ୍ୟ ନେଇ ଆପତ୍ତି

ଭୁବନେଶ୍ୱର,୨୩।୧୨: ୨୦୨୪ ଗତ ସାଧାରଣ ନିର୍ବାଚନରେ ବଡ଼ ଅନିୟମିତତା ଅଭିଯୋଗ ଆଣିଛି ବିଜୁ ଜନତା ଦଳ। ସୋମବାର ବିଜେଡି ସଂସଦୀୟ ଟିମ୍‌ ନିର୍ବାଚନ କମିଶନରଙ୍କୁ ଭେଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri