Categories: ଜାତୀୟ

ଜୀବନସାଥୀଙ୍କ ଉପରେ ମିଥ୍ୟା ଆରୋପ ଏକ କ୍ରୁରତା, ହାଇକୋର୍ଟ…

ନୂଆଦିଲ୍ଲୀ,୨୪।୩ : ଜୀବନସାଥୀଙ୍କ ବିରୋଧରେ ଚରିତ୍ରହୀନତା ଅଭିଯୋଗକୁ ନେଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ ଏଭଳି ଏକ ପବିତ୍ର ସମ୍ପର୍କରେ ଏହା କେବେ ମଧ୍ୟ ଗ୍ରହଣଯୋଗ୍ୟ ନୁହେଁ। କୋର୍ଟ କହିଛନ୍ତି ଯେ ବିବାହ ଏକ ପବିତ୍ର ସମ୍ପର୍କ ଏବଂ ଏକ ସୁସ୍ଥ ସମାଜ ଗଠନ ଲାଗି ଏହାର ଶୁଦ୍ଧତା ବଜାୟ ରଖିବା ଆବଶ୍ୟକ।

ବିଚାରପତି ଭିପିନ ସାଙ୍ଗୀ ଏବଂ ଦୀନେଶ କୁମାର ଶର୍ମାଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ଏହାର ବିଚାର କରି ରେ ଜଣେ ମହିଳାଙ୍କ ଆବେଦନକୁ ଖାରଜ କରିଦେଇଛି। ମହିଳା ଜଣଙ୍କ ପାରିବାରିକ ଅଦାଲତ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ପାରିବାରିକ ଅଦାଲତ ତାଙ୍କ କ୍ରୁରତା କାରଣରୁ ଛାଡପତ୍ର ପାଇଁ ସ୍ବାମୀଙ୍କ ଆବେଦନକୁ ଅନୁମତି ଦେଇଥିଲେ।

ମାମଲାର ସତ୍ୟପାଠ ଅନୁଯାୟୀ, ୨୦୧୪ରେ ବିବାହ ପରେ ଉଭୟଙ୍କ ମଧ୍ୟରେ ଦାମ୍ପତ୍ୟ ସମ୍ପର୍କ ବିଫଳ ହୋଇଥିଲା। ୨୦୧୭ରେ, ସ୍ବାମୀ ନିଷ୍ଠୁରତା କାରଣରୁ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଯାହା୨୦୧୯ ରେ ମଞ୍ଜୁର ହୋଇଥିଲା। ସ୍ତ୍ରୀ ଜଣେ ସାମାଜିକ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିବାବେଳେ ସ୍ବାମୀ ଏକ କମ୍ପାନୀରେ ସହକାରୀ ପରିଚାଳକ ଭାବରେ କାର୍ଯ୍ୟ କରୁଥିବା ଆବେଦନରେ ଉଲ୍ଲେଖ କରାଯାଇଥିଲା।
ପାରିବାରିକ ଅଦାଲତ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ପାରିବାରିକ ଅଦାଲତ ନିଷ୍ପତ୍ତି ସହିତ ହାଇକୋର୍ଟ କହିଛନ୍ତି ଯେ ସ୍ବାମୀ ଏବଂ ତାଙ୍କ ପିତାଙ୍କ ବିରୁଦ୍ଧରେ ଭିତ୍ତିହୀନ ଅଭିଯୋଗ କରିବା ସେମାନଙ୍କ ଚରିତ୍ର ବିରୋଧରେ ଅଣାଯାଇଥିବା ଅଭିଯୋଗ ସ୍ବାମୀଙ୍କ ପ୍ରତି ମାନସିକ ନିର୍ଯାତନାକୁ ଦର୍ଶାଉଛି। ସ୍ତ୍ରୀ କୌଣସି ଉପଯୁକ୍ତ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି। ସ୍ତ୍ରୀଙ୍କର ମିଥ୍ୟା ସ୍ବାମୀଙ୍କୁ ମାନସିକ ଯନ୍ତ୍ରଣା ଏବଂ ଆଘାତ ଦେଇଛି ଏବଂ ନିଷ୍ଠୁରତା ସହିତ ସମାନ ବୋଲି ହାଇକୋର୍ଟ କହିଛନ୍ତି।

Share