Categories: ଜାତୀୟ

ମିଥ୍ୟା ଶିଶୁ ନିର୍ଯାତନା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ…

ଥିରୁଭାନନ୍ତପୁରମ୍‌,୧୧।୧୧: ଶିଶୁ ନିର୍ଯାତନା ନେଇ ମିଥ୍ୟା ଅଭିଯୋଗ ଦ୍ୱାରା ଅଭିଯୁକ୍ତଙ୍କ ଜୀବନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଏଭଳି ଅଭିଯୋଗ ମାତାପିତାଙ୍କ ବିରୋଧରେ ଅଣାଗଲେ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି କହିଛନ୍ତି।

ପିତାଙ୍କ ବିରୋଧରେ ସେ ତାଙ୍କ ଶିଶୁ କନ୍ୟାଙ୍କୁ ନିର୍ଯାତନା ଦେଇଥିବା ନେଇ ମିଥ୍ୟା ଅଭିଯୋଗ ଅଣାଯାଇଥିଲା। ବିଚାରପତି କେ.ବିନୋଦ ଚନ୍ଦ୍ରନ ଏବଂ ସି. ଜୟଚନ୍ଦ୍ରନଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି କହିଛନ୍ତି ଯେ, ଶିଶୁ ନିର୍ଯାତନା ସମାଜରେ ଏକ ଲଜ୍ଜାଜନକ ବିଷୟ। ଏକ୍ଷେତ୍ରରେ ମିଥ୍ୟା ଅଭିଯୋଗ ଅଣାଗଲେ ଅଭିଯୁକ୍ତଙ୍କ ଜୀବନ ନର୍କ ପାଲଟି ଯାଇଥାଏ।

ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବ ତଥା ଏହା ମିଥ୍ୟା ବୋଲି ଜଣାପଡ଼ିବା ପରେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଥିବା ଖଣ୍ଡପୀଠ କହିଛନ୍ତି।

Share