Categories: ଜାତୀୟ

‘ଯୌତୁକ ନିର୍ଯାତନାର ମିଥ୍ୟା ଅଭିଯୋଗ ଚରମ ନିଷ୍ଠୁରତା’

ନୂଆଦିଲ୍ଲୀ,୪ା୯(ପି.ଟି.) : ସ୍ବାମୀଙ୍କ ପରିବାର ବିରୋଧରେ ମହିଳା ମିଥ୍ୟା ଯୌତୁକ ନିର୍ଯାତନା କିମ୍ବା ବଳାତ୍କାର ଅଭିଯୋଗ ଆଣିବା ‘ଚରମ ନିଷ୍ଠୁରତା’ ଏବଂ ଏହାର କ୍ଷମା ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ କହିଛନ୍ତି। ଉଚ୍ଚ ଅଦାଲତଙ୍କ ମତରେ କୌଣସି ବୈବାହିକ ସମ୍ପର୍କର ଆଧାର ହେଉଛି ସହବାସ ଓ ବୈବାହିକ ସମ୍ପର୍କ। ଦମ୍ପତି ପରସ୍ପର ସହାବସ୍ଥାନରୁ ବଞ୍ଚତ୍ତ ହେଲେ ବିବାହ ତିଷ୍ଠି ରହିବ ନାହିଁ ବୋଲି ପ୍ରମାଣିତ ହୋଇଥାଏ। ଜଣେ ଅନ୍ୟ ଜଣକୁ ବୈବାହିକ ସମ୍ପର୍କରୁ ବଞ୍ଚତ୍ତ କରିବା ଅତ୍ୟନ୍ତ ନିଷ୍ଠୁରତା ବୋଲି ହାଇକୋର୍ଟ ଟିପ୍ପଣୀ ଦେଇଛନ୍ତି।

ନିଷ୍ଠୁରତା ଆଧାରରେ ଅଲଗା ରହୁଥିବା ସ୍ବାମୀଙ୍କୁ ଛାଡ଼ପତ୍ର ଦେବା ଲାଗି ପରିବାର ଅଦାଲତ ଅନୁମତି ଦେଇଥିବାବେଳେ ମହିଳା ଜଣକ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଉଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଛନ୍ତି। ସ୍ବାମୀ-ସ୍ତ୍ରୀ ୨୦୧୪ରୁ ପରସ୍ପରଠାରୁ ଅଲଗା ରହୁଥିବାରୁ ସେମାନେ ବୈବାହିକ ସମ୍ପର୍କ ବଜାୟ ରଖିବାକୁ ଅସମର୍ଥ ବୋଲି ପ୍ରମାଣିତ ହୋଇଛି।

୯ ବର୍ଷ ଧରି ପରସ୍ପରଠାରୁ ଅଲଗା ରହିବା ଚରମ ମାନସିକ ନିଷ୍ଠୁରତା। ତେଣୁ ହିନ୍ଦୁ ବିବାହ ଆଇନ ଅନୁଯାୟୀ ନିଷ୍ଠୁରତା ଆଧାରରେ ସେମାନଙ୍କୁ ବୈବାହିକ ସମ୍ପର୍କକୁ ତୁରନ୍ତ ବିଚ୍ଛେଦ କରାଯିବାକୁ ଜଷ୍ଟିସ ସୁରେଶ କୁମାର କାଇତ ଏବଂ ନୀନା ବଂଶଲ କ୍ରିଷ୍ଣାଙ୍କ ଖଣ୍ଡପୀଠ କହିଛନ୍ତି। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ବିରୋଧରେ ମିଛ ଅଭିଯୋଗ କରିଥିବାରୁ ଏହା ମାନସିକ ନିର୍ଯାତନା ବୋଲି ଖଣ୍ଡପୀଠ କହିଥିଲେ।

Share