ପାଟଣା,୩୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ସାହରପଡ଼ା ବ୍ଲକ ବିଲ୍ଲାରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶୀଲ କୁମାର ବେହେରା ଜାଲ ବିଇଡି ସାର୍ଟିଫିକେଟ ଦେଇ ଶିକ୍ଷକତା କରୁଥିବା ନେଇ ଅଭିଯୋଗ ହୋଇଥିଲା। ଶିକ୍ଷାବିଭାଗର ତଦନ୍ତ ପପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ସୋମବାର ଜିଲା ଶିକ୍ଷାଅଧିକାରୀ ପୁର୍ଣ୍ଣଚନ୍ଦ୍ର ସେଠୀ ତୁରୁମୁଙ୍ଗା ଥାନାରେ ତାଙ୍କ ନାମରେ ଅଭିଯୋଗ କରିଛନ୍ତି । ସେ ଦୀର୍ଘ ବର୍ଷ ହେଲା ଜାଲ ସାର୍ଟିଫିକେଟ୍ ଦେଇ ଚାକିର କରିଆସୁଥିଲେ । ସାର୍ଟିଫିକେଟ ଯାଞ୍ଚ ସମୟରେ ତାହା ନକଲି ବୋଲି ଜଣାପଡ଼ିଥିଲା। ପରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।