ଜାଲ୍‌ ସାର୍ଟିଫିକେଟରେ ଚାକିରି ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ

ପାଟଣା,୨୮।୫(ସ୍ବ.ପ୍ର.): ଜାଲ୍‌ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶୀଲ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୮୧୨/୨୧ା୫ା୨୨ ଅନୁଯାୟୀ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି।
ଅନୁଯାୟୀ, ପ୍ରଧାନ ଶିକ୍ଷକ ବେହେରା ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ହୋଇଥିଲା। ଯାଞ୍ଚ ପରେ ଏହା ସତ୍ୟ ବୋଲି ଜଣା ପଡ଼ିଥିଲା। ତେବେ ସାହାରପଡ଼ା ଓ ପାଟଣା ବ୍ଲକରେ ଅନେକ ଶିକ୍ଷକ ଜାଲ୍‌ ବିଇଡି ଓ ସିଟି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଅଭିଯୋଗ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Share