୧୨ ଶହ ଟଙ୍କାରେ ମିଛ କରୋନା ରିପୋର୍ଟ…

ଲକ୍ଷ୍ନୌ,୧୦।୪: ଦେଶରେ କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ମିଛ କରୋନା ରିପୋର୍ଟ ପ୍ରସ୍ତୁତ କରିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି। ଉତ୍ତରପ୍ରଦେଶ ବିଭୁତିଖଣ୍ଡ ଅଞ୍ଚଳରେ ଏକ ଡାଏଗ୍ନୋଷ୍ଟିକ୍‌ ସେଣ୍ଟରରେ ଏଭଳି ମିଛ କରୋନା ରିପୋର୍ଟ ପ୍ରସ୍ତୁତ ହେଉଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ସ୍ଥାନୀୟ ଶାମ୍ଭବୀ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରରେ କାମ କରୁଥିବା ଦୁଇ ଅଭିଯୁକ୍ତଙ୍କଠାରୁ ମିଛ ରିପୋର୍ଟ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଏକ ଲ୍ୟାପଟପ୍‌, ୨ ମୋବାଇଲ ଜବତ ହୋଇଛି। ସେମାନେ ୯ଶହରୁ ୧୨ ଟଙ୍କା ନେଇ ମିଛ କରୋନା ରିପୋର୍ଟ ଲୋକଙ୍କୁ ପ୍ରଦାନ କରୁଥିଲେ। ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ମାଲିକ ଡାକ୍ତର ଶିବେନ୍ଦ୍ର ବିକ୍ରମ ସିଂ ଏବଂ ଜ୍ୟୋତି ବିକ୍ରମ ସିଂ ତାଙ୍କ ସେଣ୍ଟର ନାମରେ ମିଛି କରୋନା ରିପୋର୍ଟ ପ୍ରସ୍ତୁତ କରାଯାଇ ଲୋକଙ୍କୁ ପ୍ରଦାନ କରାଯାଉଥିବା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ତଦନ୍ତ କରାଯାଇ ଅଭିଯୁକ୍ତ ଶିବମ୍‌ କୁଶଓ୍ବାହା ଏବଂ ଶୁଭମ୍‌ ଗୌତମଙ୍କୁ ଗିରଫ କରାଯାଇଥିବା ଥାନା ଅଧିକାରୀ ଚନ୍ଦ୍ର ଶେଖର ସିଂ ସୂଚନା ଦେଇଛନ୍ତି।

Share