ମିଛ ଟିକାକରଣ ଅଭିଯାନ: ଟିକା ନେଇଥିବା ୩୯୦ ଲୋକଙ୍କଠାରେ ନାହିଁ କୌଣସି ଲକ୍ଷଣ…

ମୁମ୍ବାଇ,୧୬।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ର ଡୋଜ୍‌ ନେବା ପରେ ମୁମ୍ବାଇର ୩୯୦ ଲୋକଙ୍କଠାରେ କୌଣସି ଲକ୍ଷଣ ପ୍ରକାଶ ନ ପାଇବାରୁ ଟିକାକରଣ ଅଭିଯାନକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ଉପୁଜିଛି। ସ୍ଥାନୀୟ କାନ୍ଦଓ୍ବଲି ଅଞ୍ଚଳର ହୀରାନନ୍ଦାନୀ ସୋସାଇଟିରେ ମେ’ ୩୦ରେ ମିଛ ଟିକାକରଣ ଅଭିଯାନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ କାହାଠାରେ କିଛି ମଧ୍ୟ ଲକ୍ଷଣ ପ୍ରକାଶ ପାଇ ନ ଥିବା ଅଭିଯୋଗ ହୋଇଛି। ପ୍ରତି ଲୋକଙ୍କଠାରୁ କୋଭିଶିଲ୍ଡ୍‌ର ଡୋଜ୍‌ ପାଇଁ ୧୨୬୦ଟଙ୍କା ଫି ନିଆଯାଇଥିଲା। ଡୋଜ୍‌ ନେବା ପରେ କିଛି ଲୋକଙ୍କୁ ଭିନ୍ନ ଭିନ୍ନ ତାରିଖର ସାର୍ଟିଫିକେଟ ଜାରି ହୋଇଥିବା ଅଭିଯୋଗ ହୋଇଛି। ସାର୍ଟିଫିକେଟରେ ଭିନ୍ନ ଭିନ୍ନ ହସ୍ପିଟାଲର ନାମ ଉଲ୍ଲେଖ କରାଯାଇଛି। ଏନେଇ ସମ୍ପୃକ୍ତ ହସ୍ପିଟାଲଗୁଡ଼ିକ ସହିତ ଯୋଗାଯୋଗ କରାଯିବାରୁ ସେଭଳି କୌଣସି ଅଭିଯାନ କରା ଯାଇ ନ ଥିବା ଉତ୍ତର ମିଳିଛି। ଏନେଇ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଅଭିଯୋଗ ଆଧାରରେ ପୋଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି।

Share