ନୂଆଦିଲ୍ଲୀ, ୨୨।୧୧(ପି.ଟି.): ମିଥ୍ୟା ନପୁଂସକତା ଅଭିଯୋଗ ଆଣିବା ନିଷ୍ଠୁରତା ବୋଲି ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ତାଙ୍କ ବିରୋଧରେ ଯୌନ ଅକ୍ଷମତା ଅଭିଯୋଗ ଆଣିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଛାଡ଼ପତ୍ର ପାଇଁ ତଳକୋର୍ଟ ଦେଇଥିବା ଅନୁମତିକୁ ହାଇକୋର୍ଟ କାଏମ୍ ରଖିଛନ୍ତି।
ମହିଳାଙ୍କ ଏଭଳି ମିଥ୍ୟା ଅଭିଯୋଗ ପୁରୁଷଙ୍କ ଆତ୍ମମର୍ଯ୍ୟାଦା ଉପରେ ପ୍ରଭାବ ପକାଇବା ସହ ତାଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରଭାବିତ ହେବ ବୋଲି ସ୍ବାମୀଙ୍କ ଓକିଲ କହିଥିଲେ। ଏଭଳି ଅଭିଯୋଗ ଆଇନ ଅନୁଯାୟୀ ନିଷ୍ଠୁରତା ବୋଲି ଜଷ୍ଟିସ ମନମୋହନ ଏବଂ ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠ କହିଥିଲେ। ତଳକୋର୍ଟ ରାୟ ବିରୋଧରେ ମହିଳା କରିଥିବା ଅପିଲ୍କୁ ଖଣ୍ଡପୀଠ ଖାରଜ କରିଦେଇଛନ୍ତି।