Categories: ଜାତୀୟ

କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ ହେଉଛି ମିଥ୍ୟା ଚର୍ଚ୍ଚା: ସଲମାନ୍‌ ଖୁର୍ଶିଦ୍‌

ନୂଆଦିଲ୍ଲୀ,୨୨।୧୧: କଂଗ୍ରେସରେ ନେତୃତ୍ୱ ସଙ୍କଟ ନେଇ କିଛି ନେତା ଚର୍ଚ୍ଚା କରୁଛନ୍ତି। ତେବେ ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦଳର ବରିଷ୍ଠ ସଦସ୍ୟ ସଲମାନ ଖୁର୍ଶିଦ୍‌ ରବିବାର ପ୍ରକାଶ କହିଛନ୍ତି। ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପ୍ରତି ସମସ୍ତଙ୍କର ସମର୍ଥନ ରହିଛି। ସେହିପରି ରାହୁଲ ଗାନ୍ଧୀଙ୍କ ପ୍ରତି ମଧ୍ୟ ସଭିଙ୍କର ସମ୍ମାନ ରହିଥିବା ସେ କହିଛନ୍ତି। ଜାଣିଶୁଣି ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ଦିଆ ଯାଉଥିବା ସେ କହିଛନ୍ତି। ଦଳର ସମସ୍ତ ସଦସ୍ୟ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଦଳ ବିରୋଧରେ ବାହାରେ ମନ୍ତବ୍ୟ ଦେବାର କୌଣସି ଆବଶ୍ୟକତା ନାହିଁ। ସାଂଗଠନିକସ୍ତରରେ ସୁଧାର ଲାଗି ସମସ୍ତ ସଦସ୍ୟ ଏକଜୁଟ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଦଳରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିର୍ବାଚନ ଶୀଘ୍ର ସମ୍ପନ୍ନ ହେବ ବୋଲି ସେ କହିଛନ୍ତି।

Share