Categories: ଜାତୀୟ

ବିଧାନସଭାରେ କୃଷି ଆଇନ କପିକୁ ଚିରିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨-ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଗୁରୁବାର ଅନୁଷ୍ଠିତ ବିଧାନସଭା ଅଧିବେଶନରେ ନୂଆ କୃଷି ଆଇନକୁ ନେଇ ଗର୍ଜିଛନ୍ତି। ଏହି ଅବସରରେ କେଜ୍ରିଓ୍ବାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ତୀବ୍ର ବିରୋଧ କରିଥିଲେ। ପରେ ସର୍ବସମ୍ମୁଖରେ କୃଷି ଆଇନ କପିକୁ ଚିରି ଦେଇଥିଲେ। ସେ କହିଛନ୍ତି, ସରକାର ଆଉ କେତେ କୃଷକଙ୍କ ଜୀବନ ନେବେ? ବର୍ତ୍ତମାନ ସୁଦ୍ଧା ୨୦ରୁ ଊର୍ଦ୍ଧ୍ୱ କୃଷକ ଏହି ଆନ୍ଦୋଳନରେ ମୃତ୍ୟୁବରଣ କଲେଣି। ଆନ୍ଦୋଳନରେ ଜଣେ ପରେ ଜଣେ କୃଷକ ଭଗତ ସିଂହ ହୋଇ ବସିଛନ୍ତି। ବ୍ରିଟିଶମାନଙ୍କଠାରୁ ସରକାର ଏତେ କଠୋର ହେବା ଉଚିତ୍‌ ନୁହଁ ବୋଲି କେଜ୍ରିଓ୍ବାଲ କହିଛନ୍ତି।

Share