ବନ୍ଧକ ବ୍ୟକ୍ତିଙ୍କୁ ଫେରାଇଆଣିବା ପାଇଁ ଇସ୍ରାଏଲ ଅଧିକାରୀଙ୍କ ଆଗରେ ଦାବି କଲେ ସମ୍ପର୍କୀୟ

ଜେରୁଜେଲମ,୧୫।୧୦: ଇସ୍ରାଏଲ-ଆତଙ୍କବାଦୀ ଗୋଷ୍ଠୀ ହମାସ ମଧ୍ୟରେ ଯୁଦ୍ଧ ୧୦ଦିନରେ ପହଞ୍ଚିଛି। କିନ୍ତୁ ଯୁଦ୍ଧ ଶେଷ ହେବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଇସ୍ରାଏଲ କ୍ରମାଗତ ଭାବେ ଗାଜା ଷ୍ଟ୍ରିପ ଉପରେ ରକେଟ ଆକ୍ରମଣ କରୁଛି। ଏହି ଆକ୍ରମଣରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି। ଅନ୍ୟପକ୍ଷରେ, ଇସ୍ରାଏଲ ରକେଟ ମାଡ ବନ୍ଦ ନ କଲେ ହମାସ ଇସ୍ରାଏଲର ବନ୍ଧକମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଛି।

ଯୁଦ୍ଧ ମଧ୍ୟରେ ଇସ୍ରାଏଲର ବନ୍ଧକ ଏବଂ ନିଖୋଜ ବ୍ୟକ୍ତିଙ୍କ ପରିବାର ତୁର୍କୀ ଏବଂ ଇଜିପ୍ଟର ସମସ୍ତ ଦକ୍ଷିଣପନ୍ଥୀ ସଂଗଠନ କର୍ତ୍ତୃପକ୍ଷଙ୍କୁ ପରିଜନଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଯୁଦ୍ଧ ଅଞ୍ଚଳରେ ପ୍ରବେଶ କରିବାରେ ରେଡକ୍ରସକୁ ସାହାଯ୍ୟ କରିବା ପାଇଁ ଇଜିପ୍ଟ ଏବଂ ତୁର୍କୀର ସମସ୍ତ ସଂଗଠନ ଉପରେ ଚାପ ପ୍ରୟୋଗ କରିବା ନେଇ ସେ ଇସ୍ରାଏଲ ଅଧିକାରୀଙ୍କ ଆଗରେ ଅପିଲ କରିଛନ୍ତି। ଯାହା ଦ୍ୱାରା ବନ୍ଧକମାନଙ୍କୁ ଜୀବନ୍ତ ଉଦ୍ଧାର କରାଯାଇପାରିବବୋଲି ସମ୍ପର୍କୀୟମାନେ ଦାବି କରିଛନ୍ତି।

Share