ଫ୍ୟାମିଲି ହାଇଭ୍‌ଜ ପୋର୍ଟାଲ ଉନ୍ମୋଚିତ

ପୁରୀ, ୧୬ା୧୦(ଅଜିତ ମହାନ୍ତି): ପରିବାର ସହ ଅବସର ସମୟରେ ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଅନ୍‌ଲାଇନରେ ସ୍ବଳ୍ପ ଓ ଦୀର୍ଘସମୟ ସକାଶେ ଆବଶ୍ୟକ ହୋଟେଲ, ହଲିଡେ ହୋମ୍‌, କଟେଜ୍‌, ଭିଲ୍ଲା କିମ୍ବା ଅବସର ବିନୋଦନ କେନ୍ଦ୍ର ଯୋଗାଇଦେବା ଉଦ୍ଦେଶ୍ୟରେ ଫ୍ୟାମିଲି ହାଇଭ୍‌ଜ ନାମକ ଏକ ଷ୍ଟାର୍ଟ ଅପ୍‌ କମ୍ପାନୀ ଆରମ୍ଭ ହେବାକୁ ଯାଉଛି। ଏନେଇ ରବିବାର ପୁରୀର ଏକ ଘରୋଇ ହୋଟେଲରେ ଫ୍ୟାମିଲି ହାଇଭ୍‌ଜର ପୋର୍ଟାଲକୁ ଓଡ଼ିଆ ସିନେ ତାରକା ତଥା ବିଜେଡି ନେତା ଆକାଶ ଦାସନାୟକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିନେତା ଆକାଶଙ୍କ ସମେତ ଫ୍ୟାମିଲି ହାଇଭ୍‌ଜର ପ୍ରତିଷ୍ଠାତା ଗାୟତ୍ରୀ ଷଡ଼ଙ୍ଗୀ ଏବଂ ଦେବାଶିଷ ଷଡ଼ଙ୍ଗୀ ଉପସ୍ଥିତ ରହି ପୋର୍ଟାଲ ସମ୍ପର୍କରେ ସୂଚନା ଦେଇଥିଲେ। ପରିବାରର ଏକାଧିକ ଚାହିଦା ମେଣ୍ଟାଇବା ସହ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଫ୍ୟାମିଲି ହାଇଭ୍‌ଜ ମାଇଲ୍‌ଖୁଣ୍ଟ ସ୍ଥାପନ କରିବ। ୨୦୨୨ରେ ଦୁବାଇରେ ଆୟୋଜିତ ଓଡ଼ିଆ ଇନ୍‌ଭେଷ୍ଟର୍ସ ମିଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିିଶାରେ ପ୍ରବାସୀ ଓଡ଼ିଆମାନେ ପୁଞ୍ଜି ନିବେଶ ପାଇଁ ଆହ୍ବାନ ଦେଇଥିଲେ।

ଏଥିରେ ସେ ଅନୁପ୍ରାଣିତ ହୋଇ ଫ୍ୟାମିଲି ହାଇଭ୍‌ଜ ଷ୍ଟାର୍ଟଅପ୍‌ କମ୍ପାନୀ ଆରମ୍ଭ କରିଛନ୍ତି ବୋଲି ଗାୟତ୍ରୀ କହିଥିଲେ। ମୁଖ୍ୟତଃ ପରିବାର ସଦସ୍ୟମାନଙ୍କ ଅବସର ବିନୋଦନକୁ ସରସ ସୁନ୍ଦର କରିବା ପାଇଁ ଫ୍ୟାମିଲି ହାଇଭ୍‌ଜ ଚେଷ୍ଟା କରିବ। ପରିବାର ସଦସ୍ୟମାନଙ୍କୁ ଆବଶ୍ୟକ ହେଉଥିବା ହୋଟେଲ୍‌, ଧର୍ମଶାଳା, ହଲିଡେ ହୋମ୍‌, କଟେଜ୍‌, ଫ୍ଲାଟ୍‌, ଭିଲ୍ଲା, ଅବସର ବିନୋଦନ କେନ୍ଦ୍ରଗୁଡ଼ିକର ତନଖି ପ୍ରଥମେ କମ୍ପାନୀ ଦ୍ୱାରା କରାଯିବା ପରେ ସେଗୁଡ଼ିକୁ ଉକ୍ତ ପୋର୍ଟାଲରେ ପ୍ରଦର୍ଶନ କରାଯିବ। ସେହିପରି ଗ୍ରାହକଙ୍କ ପ୍ରାମାଣିକତା ଯାଞ୍ଚ କରାଯିବ। ଦୀର୍ଘକାଳୀନ ହେଉ କିମ୍ବା ସ୍ବଳ୍ପକାଳୀନ ଉଭୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ସେବା ଯୋଗାଇ ଦିଆଯିବ। ଯେଉଁସବୁ ଅବସର ବିନୋଦନ କେନ୍ଦ୍ରରେ ପରିବାର ରହିବା ଭଳି ଆବଶ୍ୟକତାକୁ ମେଣ୍ଟାଉଥିବ କେବଳ ସେଗୁଡିକୁ ଏହି ପୋର୍ଟାଲରେ ପଞ୍ଜୀକରଣ କରାଯିବ। ଫ୍ୟାମିଲି ହାଇଭ୍‌ଜ ଓଡ଼ିିଶାରୁ ଆରମ୍ଭ ହୋଇଥିବା ଏଭଳି ପ୍ରଥମ ପୋର୍ଟାଲ। ଏହି ପରିପ୍ରେକ୍ଷୀରେ ଆକାଶଙ୍କୁ ଫ୍ୟାମିଲି ହାଇଭ୍‌ଜ ପକ୍ଷରୁ ବ୍ରାଣ୍ଡ ଆମ୍ବାସାଡର ଭାବେ ୨ବର୍ଷ ଲାଗି ଚୁକ୍ତିବଦ୍ଧ କରାଯାଇଛି। କମ୍ପାନୀର ପ୍ରଚାର ପ୍ରସାର ଲାଗି ସହଯୋଗ ଯୋଗାଇଦେବାକୁ ଆକାଶ ସମ୍ମତି ଦେଇଛନ୍ତି।

ଏଭଳି ଷ୍ଟାର୍ଟଅପ୍‌ କମ୍ପାନୀ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିିଶାର ଭବିଷ୍ୟତ ରୂପରେଖକୁ ବଦଳାଇବାରେ ବିଶେଷ ଭୂମିକା ଗ୍ରହଣ କରିବ ବୋଲି ଗାୟତ୍ରୀ କହିଛନ୍ତି। ଭୁବନେଶ୍ୱର ଓ ପୁରୀର ହଲିଡେ ହୋମ୍‌, କଟେଜ୍‌, ଫ୍ଲାଟ୍‌, ଭିଲ୍ଲା, ହୋଟେଲ୍‌ ଏବଂ ଅତିଥିଶାଳାରେ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ଏହି ଅବସରରେ ଭୁବନେଶ୍ୱର ଓ ପୁରୀର ବହୁ ହୋଟେଲ୍‌ ମାଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀଙ୍କ ବଡ଼ ଘୋଷଣା, ଏଣିକି ଶସ୍ତାରେ ବୁକ୍‌ କରିପାରିବେ ଟ୍ରେନ-ବସ୍‌ ଟିକେଟ୍‌

ନୂଆଦିଲ୍ଲୀ,୧୯।୧୦: ଯଦି ଆପଣ ସବୁବେଳେ ଯାତ୍ରା କରିବାକୁ ପସନ୍ଦ କରୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଦ୍ୱାରା ଏକ ଏପରି...

ତନିସ୍କର ସ୍ବତନ୍ତ୍ର ଅଫର୍‌: ସୁନା-ହୀରା ମୂଲ୍ୟରେ…

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଟାଟାର  ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩ଟି  ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଶୁକ୍ରବାର ଭୁବନେଶ୍ୱରର ପାତ୍ରପଡ଼ା ଓ...

୨୫ ରାଜ୍ୟ, ୧୩ ଦେଶର ଉତ୍ପାଦ ଗୋଟିଏ ସ୍ଥାନରେ

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଦଶମ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା- ୨୦୨୪ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପକ୍ଷରୁ ଶୁକ୍ରବାର ଉଦ୍‌ଘାଟନ ହୋଇଯାଇଛି। ଏହି ମେଳାର...

ଓଡ଼ିଶାରେ ୧ ଲକ୍ଷ କୋଟି ନିବେଶ କରିବ ବେଦାନ୍ତ:୨ ଲକ୍ଷ ନୂଆ ନିଯୁକ୍ତି ଆଶା

ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):ବେଦାନ୍ତ ଗତ ୨୦ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ କରିବା ସହ ରାଜ୍ୟରେ ୧ ଲକ୍ଷରୁ ଅଧିକ ନିଯୁକ୍ତି...

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri